ଗାୟକ ସୌରଭ ଭାଗିରଥି ପଣ୍ଡାଙ୍କ ସ୍ମୁତିରେ ପାଲା ଲୋକମହୋତ୍ସବ ଅନୁଷ୍ଠିତ
ଦଶରଥପୁର, ତା 18/3()ଦଶରଥପୁର ବ୍ଲକ ଅଧିନସ୍ଥ କୟାଁ ପଂଚାୟତ ସ୍ଥିତ ମଲ୍ଲିପୁର ଗ୍ରାମ ଠାରେ ଗାୟକ ସୌରଭ ଭାଗିରଥି ପଣ୍ଡା ପାଲା ଗୁରୁକୁଳ ପକ୍ଷରୁ ପାଲା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ ସଭା ଅନୁଷ୍ଠାନର ସ୍ଥାୟୀ ସଭାପତି ଜୟଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ବେହୁରିଆ ଯୋଗଦେଇ ମୋଗଲ ଶାସନ ସମୟରୁ ପାଲା ସଂସ୍କୃତି ମାଧ୍ୟମରେ ଭାଇଚାରା ବଜାଏ ରଖାଯିବା ସହିତ ପାଲା ଓଡ଼ିଆ ଲୋକକଳା ଓ ସଂସ୍କୃତି ପ୍ରଚାର ପ୍ରସାରର ମାଧ୍ୟମ ପାଲଟିଥିଲା ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ | ସେହିପରି ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ବିରଜା ପାଣି, ସମ୍ମାନୀୟ ଅତିଥିଭାବେ ଶିକ୍ଷାବିତ୍ ସରୋଜ ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ଚନ୍ଦ୍ର ନାରାୟଣ ଦାସ ଓ ପାର୍ଥସାରଥୀ ବାରିକ ଯୋଗଦେଇ ପାଲା ସମ୍ପର୍କରେ ଉପାଦେୟ ବକ୍ତବ୍ୟ ରଖିଥିଲେ | ଅନୁଷ୍ଠାନର ସମ୍ପାଦକ ପ୍ରତାପ କୁମାର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ସହ ସମ୍ପାଦକ ମନୋଜ ରାୟ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ବିରଜା ପାଣି, ଚନ୍ଦ୍ର ନାରାୟଣ ଦାସ ଓ ପାର୍ଥସାରଥୀ ବାରିକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରକାଶ ଥାଉ କି ଇଷ୍ଟର୍ଣ କୋଲଫିଲଡ, କୋଲକାତା ଓ ଓଡିଶା କଲଚରାଲ ସେଣ୍ଟର, ହଷ୍ଟନ (ୟୁଏସଏ )ସହାୟତାରେ ଗତ ତିନି ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି |
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ