ଜାପାନ ପ୍ରଧାନମନ୍ତ୍ରୀ କରିବେ ଭାରତ ଗସ୍ତ

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି।

ଏହି ଗସ୍ତକାଳରେ ସେ ଭାରତ-ଜାପାନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିବେ। ଏହା ସହିତ କେତେକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା କରିବେ। ତେବେ କିସିଦାଙ୍କ ଗସ୍ତର ମୁଖ୍ୟସୂଚୀରେ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନେଇ ଆୟୋଜିତ ୪୧ତମ ସାପ୍ରୁ ହାଉସ୍ ଆଲୋଚନାଚକ୍ରରେ ଯୋଗଦାନ। କିସିଦା ତାଙ୍କ ଗସ୍ତ କାଳରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କର ବୋଧି ବୃକ୍ଷକୁ ପରିଦର୍ଶନ କରିବେ।

ଏହି ବୋଧି ବୃକ୍ଷର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଭଗବାନ ଗୌତମ ବୁଦ୍ଧ ଯେଉଁ ବୋଧି ବୃକ୍ଷ ତଳେ ତପସ୍ବା କରି ନିର୍ବାଣ ପ୍ରାପ୍ତି ହୋଇଥିଲେ ସେହି ବୋଧି ଗଛରୁ ସୃଷ୍ଟ ଚାରା ଦିଲ୍ଲୀ ବୁଦ୍ଧ ଜୟନ୍ତୀ ପାର୍କରେ ରୋପଣ କରାଯାଇଥିଲା। ୧୯୬୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏହି ଚାରାକୁ ରୋପଣ କରିଥିଲେ। ଏହି ବୋଧି ଚାରାକୁ ଶ୍ରୀଲଙ୍କାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିରିମାଭୋ ବନ୍ଦରାନାଇକେ ଉପହାର ଆକାରରେ ଶାସ୍ତ୍ରୀଙ୍କୁ ଦେଇଥିଲେ।

Recent Post

Live Cricket Update