ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବିଷୟ ______ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଗୁରୁକୂଳ କରୁଣାକର ବେଦ ବିଦ୍ୟାଳୟ ଠାରେ ନରହରି ଦାସଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶୈଳନ୍ଦ୍ର ନାରାୟଣ ପାଢ଼ୀ , ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡଃ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଥିଲେ ଡଃ ସିଦ୍ଧେଶ୍ୱର ପଣ୍ଡା , ସଭାପତିତ୍ବ କରିଥିଲେ କୃଷ୍ଣଚନ୍ଦ୍ର ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ରାଜକନିକା ଓଷ୍ଟାର ବଳିଷ୍ଟ କର୍ମକର୍ତ୍ତା ତଥା ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ସାମଲ, ବରିଷ୍ଠ ଶିକ୍ଷକ ବଟକୃଷ୍ଣ ପଣ୍ଡା, ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ