Search
Close this search box.

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ

ଢେଙ୍କାନାଳ, ୨୦/୩ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କମନିଙ୍ଗ ଗ୍ରାମବାସୀଙ୍କ ଜାଗାରେ ଥିବା ବରିବାକୁ କୋରଜବର ଭାବେ ଉଦ୍ୟାନ ବିଭାଗର ନିଲାମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, କମନିଙ୍ଗ ଗ୍ରାମବାସୀଙ୍କ ଜାଗା ଉପରେ ଉଦ୍ୟାନ ବିଭାଗ ବିଭିନ୍ନ ପ୍ରକାରର ଫଳଗଛ ଯଥା ଆମ୍ବ, ପିଜୁଳି, ବେଲ, ଓ ଲେମ୍ବ ଆଦି ଲଗାଇ ଅଛି । ଏହାକୁ ଗ୍ରାମବାସୀ ବିରୋଧ କଲାପରେ ପୋଲିସ୍‌ଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇ ଉକ୍ତ ଜାଗା ଉପରେ ଗ୍ରାମବାସୀ ଚାଷ କରିବେ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଉଦ୍ୟାନ ବିଭାଗ ଜୋରଜବରଦସ୍ତି ଉକ୍ତ ଉଦ୍ୟାନକୁ ନିଲାମ ଦେଉଥିବାରୁ ଗ୍ରାମବାସୀ ବିରୋଧ କରି ଅଦ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପ୍ରଦାନ ସମୟରେ ସୁରେଶ କାଞ୍ଜିଆ, ନେପାଳ ସାହୁ, ପାଣ୍ଡବ ନାଏକ, ଦୀପୁ ସାହୁ, ରଘୁନାଥ ନାଏକ, କୁଲୁ ସାହୁ, ସନ୍ତୋଷ ସାହୁ, ପପୁ ସାହୁ, ଗୁଣନିସ୍‌ ସାହୁ ଓ ଅନ୍ତର୍ଯ୍ୟାମୀ ଦେହୁରୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Recent Post

Live Cricket Update

You May Like This

× How can I help you?