ସଟ ସର୍କିଟ ରେ ପିକଅପ୍ ଭେନ ପୋଡି ପାଉଁଶ ଅଳ୍ପକେ ବର୍ତ୍ତୀ ଲେ ଚାଳକ

ସଟ ସର୍କିଟ ରେ ପିକଅପ୍ ଭେନ ପୋଡି ପାଉଁଶ
ଅଳ୍ପକେ ବର୍ତ୍ତୀ ଲେ ଚାଳକ

ଅନୁଗୋଳ – ବଅଁରପାଳ ବ୍ଲକ ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଏକ ପିକଅପ୍ ଭେନ ହୁତୁ ହୁତୁ ହୋଇ ଜଳି ଯାଇଛି, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜୀବନ ହାନି ରୁ ବର୍ତ୍ତୀ ହୋଇଯାଇଛନ୍ତି। ଦମକଳ ବାହିନୀ ଙ୍କ ସୂଚନା ଅନୁଯାୟୀ ଟାଟା ଷ୍ଟିଲ କାରଖାନା ର ଏକ ପିକଅପ୍ ଭେନ OD ୧୯M୯୯୬୭ ଯାତ୍ରୀ ନେଇ ଗୋତମରା ଗ୍ରାମରେ ଯାତ୍ରୀ କୁ ଛାଡି ଫେରୁ ଥିବା ସମୟରେ ବ୍ୟାଟେରୀ ସଟ ସର୍କିଟ ଯୋଗୁଁ ଗାଡି ଟିର ଅଗ୍ନି କାଣ୍ଡ ଘଟି ଥିଲା। ଡ୍ରାଇଭର୍ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ହେଲଫର ଡୋର କବାଟ ରେ ବାହାରକୁ ବାହାରି ତାଙ୍କ ନିଜ ଜୀବନ ବଞ୍ଚେଇ ଥିଲେ। ସ୍ଥାନୀୟ ବାସିନ୍ଦା ମାନେ ବଅଁରପାଳ ଦମକଳ କୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ପିକଅପ୍ ଭେନ ବଡ ଧରଣର କ୍ଷୟ କ୍ଷତି ରୁ ଉଦ୍ଧାର କରିଥିଲେ।

Recent Post

Live Cricket Update