ନରେନ୍ଦ୍ରପୁର ୨୭ ମାର୍ଚ୍ଚ ୨୦୨୩ ଟାଟା ଷ୍ଟିଲ ମେରାମଣ୍ଡଳି (ଟି ଏସ୍ ଏମ୍) ଏହାର ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଜଏଂଟ କମିଟି ଅନ ଅଫ ସେପ୍ଟି ହେଲଥ ଆଣ୍ଡ ଏନଭରମେଣ୍ଟ ଇନ୍ ଷ୍ଟିଲ୍ इंडस्ट्री ଠାରୁ ସମ୍ମାନ ଜନକ ଇସ୍ପାତ ସୁରକ୍ଷା ପୁରସ୍କାର ହାସଲ କରିଛି। ଏକ ବିଶିଷ୍ଟ ଜାତୀୟ ସୁରକ୍ଷା ଜେ ସି ଏସ୍ ଏସ୍ ଆଇ ପକ୍ଷରୁ ୨୦୨୩ ମାର୍ଚ୍ଚ ୨୨ ତାରିଖରେ ରାଞ୍ଚିଠାରେ ଆୟୋଜିତ ଇସ୍ପାତ ସୁରକ୍ଷା ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯଇଥିଲା। ୨୦୨୧ଓ୨୦୨୨ କ୍ୟାଲେଣ୍ଡର୍ ବର୍ଷ ପାଇଁ ସମ୍ମନିତ ଇସ୍ପାତ କାରଖାନା ରେ ଶୁନ ଘାତକ ଦୁର୍ଘଟଣା ଏବଂ ୨୦୨୧ କ୍ୟାଲେଣ୍ଡର୍ ବର୍ଷରେ ଏକ ସମ୍ମନିତ ଇସ୍ପାତ କାରଖାନା ରେ ଚୁକ୍ତି ଭିତ୍ତିକ ଶ୍ରମିକ ଜଡିତ ଥିବା ଶୁନ ଘାତକ ଦୁର୍ଘଟଣା ସମେତ ବିଭିନ୍ନ ବର୍ଗରେ ଟି ଏସ୍ ଏମ୍ ୧୨ ଟି ପୁରସ୍କାର ହାସଲ କରିଛି। ସୁରକ୍ଷା ପ୍ରତି ମେରାମଣ୍ଡଳି କାରଖାନାରେ ଅବଦାନ ପାଇଁ ଟି ଏସ୍ ଏମ୍ କୋକ୍ ଓଭେନ୍, ବ୍ଲାଷ୍ଟ ଫର୍ନିସ୍, ସିଣ୍ଟର ପ୍ଳାଣ୍ଟ, କଞ୍ଚା ମାଳ ପରିଚାଳନା ବ୍ୟବସ୍ଥା, ଷ୍ଟିଲ୍ ମେଲଟିଂ ସପସ, ସେୟାର ସର୍ଭିସ୍, ରୋଲିଂ ମିଲ୍ ଏବଂ ଇଞ୍ଜିନିୟରିଂ ଓ ପ୍ରୋଜେକ୍ଟ ର ଆଦି ବିଭାଗର ସୁରକ୍ଷା ପ୍ରତି ସେମାନଙ୍କ ଅବଦାନ ପ୍ରତି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଟି ଏସ୍ ଏମ୍ ର ଇଞ୍ଜିନିୟରିଂ ଓ ପ୍ରୋଜେକ୍ଟସ୍ ବିଭାଗ ଲାଗାତର ଚତୁର୍ଥ ବର୍ଷ ଯଥା କ୍ରମେ*୨୦୧୮-୨୦୧୯,୨୦୧୯-୨୦୨୦,୨୦୨୦-୨୦୨୧,୨୦୨୧-୨୦୨୨* ପାଇଁ ଏହି ପୁରସ୍କାର ହାସଲ କରିଛି। ଟି ଏସ୍ ଏମ୍ ପକ୍ଷରୁ କାର୍ଯ୍ୟକ୍ଷେତ୍ର ର ସୁରକ୍ଷା ମୁଖ୍ୟ ଉପେନ୍ଦ୍ର ପ୍ରସାଦ ଯାଦବ, ବ୍ଲାଷ୍ଟ ଫର୍ନିସ୍ ପରିଚାଳନା ମୁଖ୍ୟ ସୁବ୍ରତ କୁଣ୍ଡୁ, ସିଣ୍ଟର ପ୍ଳାଣ୍ଟ ପରିଚାଳନା ମୁଖ୍ୟ ଜୁଗ୍ନୁ कोठरी ବାଇ ପ୍ରଡକ୍ଟ କୋକ୍ ଓଭେନ୍ ମୁଖ୍ୟ ପୁଷ୍ପେନ୍ଦ୍ର କୁମାର ସେଣ୍ଟର ମଣ୍ଟେନ ପ୍ଲୀନିଂ ମୁଖ୍ୟ ରାଜେଶ କୁମାର ଦୁବେ ଏବଂ ଅନ୍ୟ ମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଟି ଏସ୍ ଏମ୍ ରେ ସୁରକ୍ଷା କୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥାଏ। ଏବଂ ଏହା ପାଇଁ ଉଚ୍ଚ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ଯାହାକୁ କାର୍ଯ୍ୟ କ୍ଷେତ୍ରରେ ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ କାରୀ କରାଯାଉଛି। ଏହି ଅବସରରେ ଜେ ସି ଏସ୍ ଏସ୍ ଆଇ ର ଅଧକ୍ଷ ତଥା ସେଲ ର ନିର୍ଦେଶକ ଏ କେ ସିଂହ, ଜେ ସି ଏସ୍ ଏସ୍ ଆଇ ର ସଦସ୍ୟ ସଚିବ ଓ ସେଲ ଏସ୍ ଏସ୍ ସି ଓ ର ସି ଜି ଏମ୍ (ସୁରକ୍ଷା)ଏସ୍ ବଶିଷ୍ଠ, ଜେ ସି ଏସ୍ ଏସ୍ ଆଇ ର ଉପାଦକ୍ଷ ଓ ସେଲ ଏସ୍ ଏସ୍ ଓ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଶ ଚକ୍ରବର୍ତ୍ତୀ, ଜେ ସି ଏସ୍ ଏସ୍ ଆଇ ର ଉପାଦକ୍ଷ ଓ ଆଇ ଏନ୍ ଟି ୟୁ ସି ର ସଭାପତି ଡଃ ଜି ସଂଜୀବ ରେଡ୍ଡୀ ଏବଂ ଜେ ସି ଏସ୍ ଏସ୍ ଆଇ ର ଶ୍ରମିକ ସଂଗଠନ ପ୍ରତିନିଧି ମାନଙ୍କ ସମେତ ବହୁତ ଅତିଥି ଭାଗ ନେଇଥିଲେ।
/ January 25, 2025
No Comments