(ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଉତ୍କଳ ଦିବସ ଓ ବିଶିଷ୍ଟ ବୈଜ୍ଞାନିକ ପ୍ରଣାକୃଷ୍ଣ ପରିଜା ଙ୍କ ଜୟନ୍ତୀ ପାଳିତ
)
ଜଗତସିଂହପୁର
ତା =1/4/23
ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଆମ୍ବଶାଳ କଲ୍ୟାଣ ମଣ୍ଡପ ଠାରେ ଅଠାଅସି ତମ ଉତ୍କଳ ଦିବସ ପାଳନ ଓ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ପ୍ରଣାକୃଷ୍ଣ ପରିଜା ଙ୍କ ଶହେ ବତିଶି ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି | ବାଲିକୁଦା ବିକାଶ ପରିଷଦ ସଭାପତି ରାମଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ରେ ପରିଷଦ ର ସମସ୍ତ କର୍ମକର୍ତା ଉତ୍କଳ ଗୌରବ ମଧୁସୂଦନ ଏବଂ ବିଶିଷ୍ଟ ବୈଜ୍ଞାନିକ ପ୍ରଣାକୃଷ୍ଣ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତୀୟ ସଂଗୀତ ଗାନକରିଥିଲେ | ପରିଷଦ ର ସମ୍ପାଦକ ଜଟାଧାରୀ ଦାସ ସଭ୍ୟ ହରିଶ ଚନ୍ଦ୍ର ସତପଥୀ, ତିରୁପତି କାନୁନଗୋ ପ୍ରମୁଖ ଯୋଗଦେଇ ପବିତ୍ର ଉତ୍କଳ ଦିବସରେ ଉତ୍କଳ ର ବରପୁତ୍ର ମାନଙ୍କ ସ୍ମୁତି ଗାନ କରିବା ସହିତ ବାଲିକୁଦା ବିକାଶ ପରିଷଦ ଅଂଚଳର ବିକାଶ ମୂଳକ କାର୍ଯ୍ୟ କରିବା ସହିତ ବାଲିକୁଦା ବ୍ଲକ କୁ ସମ୍ପୂର୍ଣ ବିକଶିତ ବ୍ଲକ ରେ ପରିଣତ କରିବା ଏବଂ ନିକଟରେ ଭାରତ ସରକାର ଜାତୀୟ ରାଜପଥ କୁ ନେଇ ତୃତୀୟ ନକ୍ସା ପ୍ରସ୍ତୁତ କରିବାକୁ ଦାବି ଉଥାପନ୍ନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ