ଅବସରପ୍ରାପ୍ତ ବରିଷ୍ଠ ଇଞ୍ଜିନିୟର ପଦ୍ମନାଭ ଦାଶଙ୍କ ପତ୍ନୀ ସିନ୍ଦୁମତି ଦାଶଙ୍କ ଦ୍ଵାଦଶାହ ଅବସରରେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ
ସ୍ବର୍ଗତା ସିନ୍ଦୁମତୀ ଦାଶଙ୍କ ଦ୍ଵାଦଶାହ ଅବସରରେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ଦିବଂଗତ ସିନ୍ଦୁମତୀ ଦାଶଙ୍କ ଦ୍ଵାଦଶାହ ଅବସରରେ ଆଜି ତାଙ୍କ ବାସଭବନରେ ଏକ ସ୍କୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ କୃଷ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରାପ୍ତ ଶିକ୍ଷକ ସଚିତାନନ୍ଦ ଗୁରୁ। ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ଦାଶ, ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର କୁମାର ଜେନା, ନିରଞ୍ଜନ ଦାଶ, ଡଃ ଦୁର୍ଯ୍ୟୋଧନ ସାମଲ, ନାରାୟଣ ଚନ୍ଦ୍ର ଧଳ, ଅଧ୍ୟାପକ ଅଜୟ କୁମାର ଓଝା, ନାରାୟଣ ଦାସ, ଭରତ ଚନ୍ଦ୍ର ନାୟକ, ଶିକ୍ଷକ ସୁବାଷ ଚନ୍ଦ୍ର ପ୍ରଧାନ, ଶ୍ରୀ ହରୀ ସାହୁ, ଘନଶ୍ୟାମ ଦାସ,, ଝିଅ ତିଳୋତ୍ତମା ଦାଶ ଓ ଜୋଇଁ ସର୍ବେଶ୍ଵର ପତି, ନାତୁଣୀ ମାମାଲି ଦାଶ ଓ ନାତି ଶୁଭମ ଦାଶଙ୍କ ସମେତ ପୁତ୍ର,ବୋହୁ, ଉପସ୍ଥିତ ଥିଲେ। ସେମାନେ କହିଲେ ଯେ ସ୍ବର୍ଗତ ସିନ୍ଦୁମତୀ ଦାଶଙ୍କ ବିଷୟ ରେ ସେ ଏକା ଧାରରେ ସମାଜସେବୀ,ସ୍ନେହିଲୋକ, ପରୋପକାରୀ, ସମାଜ ସଂସ୍କାରକ ଓ ଧର୍ମ ପରାୟଣ ଓ ବିଶିଷ୍ଟ ଲୋକ ଥିଲେ ।ସେ ବେଶି ପାଠ ପଢିନଥିଲେ ମଧ୍ୟ ତାଙ୍କ ଉଦ୍ୟମରେ ବହୁ ଲୋକଙ୍କୁ ଶିକ୍ଷିତ ଓ ସମାଜରେ ମଣିଷ ଭଳି ମଣିଷ ଗଢିବାରେ ତାଙ୍କର ଉଦ୍ୟମ ସର୍ବଦା ପ୍ରଶଂସନୀୟ। ଓ ସରପଞ୍ଚ ଶଶାଙ୍କ ଶେଖର ଖିଲାର ଓ ମଳୟ ଥାଟୋଇ ଉପସ୍ଥିତ ରହିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
[