ନୂଆଦିଲ୍ଲୀ: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ ଆସୁଛନ୍ତି। ସୋମବାର ଅର୍ଥାତ୍ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତରେ ରହିବେ। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
