ମା ହିଙ୍ଗୁଳାଙ୍କ ଚଇତି ପର୍ବ ତଥା ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି
ତାଳଚେର ଗୋପାଳଗଡ଼ ଗ୍ରାମ ସ୍ଥିତ ଶିଙ୍ଗଡା ନଦୀ ନିକଟରେ ମା ହିଙ୍ଗୁଳାଙ୍କ ଆସ୍ଥାନ ଅଟେ । ଖୋଲା ସ୍ଥାନରେ ନିର୍ମିତ ଏକ ମଣ୍ଡପ ଉପରେ ମା ହିଙ୍ଗୁଳା ପୂଜା ପାଉଛନ୍ତି । ପ୍ରାୟ ଶହେ ବର୍ଷ ପୂର୍ବେ ରାଜା ଶ୍ରୀ କିଶୋରଚନ୍ଦ୍ର ବୀରବର ହରିଚନ୍ଦନ ଏହି ଆସ୍ଥାନ ମଣ୍ଡପ ଟି ନିର୍ମାଣ କରାଇଥିଲେ । ଜନ ଶ୍ରୁତି ଅନୁଯାୟୀ ଦେବୀ ମା ହିଙ୍ଗୁଳା ତତ୍କାଳୀନ ନଳ ରାଜବଂଶର ଇଷ୍ଟ ଦେବୀ ମା ହିଙ୍ଗୁଳା, ଏକଦା ନଳରାଜା ସୈନ୍ୟ ସାମନ୍ତ ସହ ମା ହିଙ୍ଗୁଳାଙ୍କୁ ସାଥିରେ ନେଇ ଶ୍ରୀକ୍ଷେତ୍ର ପୁରୀ ଦର୍ଶନ ପାଇଁ ଯାଇଥିଲେ ଏହି ସମୟରେ କିଛି କାଳ ତାଳଚେର ସ୍ଥିତ ଗୋପାଳଗଡ଼ ଠାରେ ଅବସ୍ଥାନ କରିଥିଲେ । ଗୋପାଳଗଡ଼ ଉପର ଭାଗ ଭୂମି ପ୍ରାୟ ପଥର କୋଇଲା ପରିପୂର୍ଣ୍ଣ ଥିଲା ।ଦେବୀ ମା ହିଙ୍ଗୁଳା ଜ୍ୱାଳାମୁଖୀ ଓ ଅଗ୍ନିବର୍ଣ୍ଣା ହୋଇଥିବାରୁ ରାଜା ଦେବୀଙ୍କର ଆସ୍ଥାନ ନିମନ୍ତେ ସେହି ସ୍ଥାନ ବାଛି ଥିଲେ ।ପ୍ରତି ବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷରେ ଦେବୀ ମା ହିଙ୍ଗୁଳାଙ୍କର ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ ।
ଆଜିଠାରୁ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଙ୍କ ବାର୍ଷିକ ଯାତ୍ରା ତଥା ୧୯ତମ ଲୋକ ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇଛି।
ଆଜି ବିଷ୍ଣୁ ଦମନ ଙ୍କ ଚତୁର୍ଦ୍ଦଶୀ ରୁ ୧୨ ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଅଗ୍ନି ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା ହିଙ୍ଗୁଳା।
ଚଳିତ ବର୍ଷ ମା ଅଗ୍ନୀରୁପା ମନ୍ଦିର ର ପୂର୍ବ ଦିଗରେ ବାଉଁଶ ବଣୀ ରେ ଉଭା ହୋଇଛନ୍ତି । ଆଜି ଯାତ୍ରା ର ପ୍ରଥମ ଦିନରୁ ହିଁ ହଜାର ହଜାର ଭକ୍ତ ମାନଙ୍କ ର ସମାଗମ ଦେଖିବାକୁ ମିଳିଛି।
ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସୁବିଧା ପାଈଁ ଉଭାସ୍ଥଳ ନିକଟରେ ଅନେକ ଅସ୍ଥାୟୀ ପ୍ରତୀକ୍ଷା କକ୍ଷ ନିର୍ମାଣ ହେବା ସହ ବିଭିନ୍ନ ସଙ୍ଗଠନ ଓ ମନ୍ଦୀର କମିଟି ପକ୍ଷରୁ ମନ୍ଦିର ଠାରୁ ଉଭାସ୍ଥଳ ପର୍ଯ୍ୟନ୍ତ ଅନେକ ସ୍ଥାନ ରେ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ସହିତ ପ୍ରାସାଦ ସେବନ ର ବ୍ୟବସ୍ଥା ହୋଇଛି। ଅଧିକ ଯାତ୍ରୀ ଙ୍କ ଆଗମନ ଦୃଷ୍ଟି ରୁ *CC TV* ର ବ୍ୟବସ୍ଥା ସହିତ ଚୋରୀ ଓ ନିଶା ସେବନକାରୀ କୁ ନଜର ରେ ରଖି ଛଅ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।
ଆଜି ଠାରୁ ନଅ ଦିନ ପର୍ଯ୍ୟନ୍ତ ଲୋକାରଣ୍ୟ ରହିବ ତାଳଚେର ଗୋପାଳପ୍ରାସାଦ ର ମା ହିଙ୍ଗୁଳା ଙ୍କ ଏହି ପୀଠ।