ଭୁକ୍ତା ପ୍ରେରଣା ଏ ବି ସି ମଣ୍ଟେସରି ସ୍କୁଲ ର ବାର୍ଷିକ ଉତ୍ସବ
ଅମ୍ବାଭୋନା / ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଗ୍ରାମ ରେ ପ୍ରେରଣା ଏବିସି ମଣ୍ଟେଶ୍ବରୀ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲ। ସ୍କୁଲ ର ଅଧ୍ୟକ୍ଷା ସଂଯୁକ୍ତା ସାହୁ ଙ୍କ ଅଧ୍ୟକ୍ଷତା ରେ ମୁଖ୍ଯଅତିଥି ଭାବେ ବରଗଡ ଜିଲ୍ଳା ଲୋକ ସଂପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାସ , ମୁଖ୍ୟବକ୍ତା ରୁପେ ସନ୍ତୋଷ କୁମାର ପଣ୍ଡା, ଅବସରପ୍ରାପ୍ତ ରିଡର୍ ବିଷୟ ଇତିହାସ, ମହିଳା କଲେଜ, ବରଗଡ, ସମ୍ମାନିତ ଅତିଥି ଭୁକ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ବଳରାମ ବିଶର୍, ଭୁକ୍ତା ନେତାଜୀ ଯୁବକ ସଂଘ ର ସଭାପତି ଗୌରିଶଙ୍କର ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ରାମସ୍ୱରୁପ ସାହୁ ପ୍ରମୁଖ ମଞ୍ଚାସିନ ଅତିଥି ରୁପେ ଯୋଗ ଦେଇଥିଲେ। ସଭା ପରିଚାଳନା ରେ ଶିକ୍ଷୟତ୍ରୀ ସୁନିତା କରସେଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା ରେ
ଶିକ୍ଷକ ବିକାଶ ଭୁଏ , ଗୋବିନ୍ଦ ସିଂହ ଚୌହାନ,ମିସ ତୁଳସୀ ସା,ମିସ ନିରୁପମା ରଣା ସହଯୋଗ କରିଥିଲେ । ନୃତ୍ଯ ନିର୍ଦ୍ଦେଶନା ଓ ସାଜସଜ୍ଜା କୁମାର ସାର, ତୁଳସୀ ସାର୍,ମିସ ଦିପା, କାମିନୀ, ସୁନିମା,ଜାନକୀ, ହେମକାନ୍ତି ,କୁମୁଦିନୀ କରିଥିବା ବେଳେ ସ୍କୁଲ ର ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ,ସଙ୍ଗୀତ ଓ କ୍ଷୁଦ୍ର ନାଟକ “ସ୍କୁଲ ହଜିଗଲା” ଓ “ମଡର୍ନ ଆକବର” ବେଶ ଚିତ୍ତାକର୍ଷକ ପ୍ରଦର୍ଶନ କରି ସମସ୍ତ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ।
ଶେଷରେ ବିଦ୍ୟାଳୟ ର ଅଧ୍ୟକ୍ଷା ସଂଯୁକ୍ତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।