ଟାଙ୍ଗି ଵିଦ୍ୟାପୀଠ ର ପ୍ଲାଟିନମ ଯୁବୁଲ୍ଲି ପାଳିତ
କଟକ ଜିଲ୍ଲା ଟାଙ୍ଗି ଵିଦ୍ୟାପୀଠ ର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାସମାରୋହର ସହ ପ୍ଲାଟିନମ ଯୁବୁଲ୍ଲି ପୁରାତନ ଛାତ୍ର ସଂସଦଙ୍କ ତରଫରୁ ସଭାପତି ପ୍ରଫୁଲ କୁମାର ସଡଙ୍ଗୀଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଯାଇଛି। ପ୍ରଥମେ ଏହି ସ୍କୁଲ ର ପ୍ରତିଷ୍ଠାତା ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।୨ଟି ଅଧିବେଶନରେ ସ୍କୁଲ ର ପୁରାତନ ଛାତ୍ର ଯେଉଁ ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ସହ ନିଜ ଅଞ୍ଚଳ ତଥା ଏହି ଵିଦ୍ୟାପୀଠ ର ଟେକ ରଖିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ଭାବେ ରଜନୀକାନ୍ତ ସିଂ
ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଟାଙ୍ଗି ସାଲେପୁର ବିଧ୍ୟାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ। ୨ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଡ଼ ଦେବବ୍ରତ ସ୍ଵାଇଁ ଲୋକାୟକ୍ତ ଓ ଟାଙ୍ଗି ସାଲେପୁର ର ପ୍ରାକ୍ତନ ବିଧାୟକ ପ୍ରକାଶ ବେହେରା ଯୋଗଦେଇ ପୁରାତନ ଛାତ୍ର ମାନେ ଚାହିଁ ଲେ ବିଭିନ୍ନ ସ୍କୁଲ ର ବିକାଶ ହୋଇପାରିବ ବୋଲି କହିଥିଲେ। ପରିଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।