ଚୌଦ୍ଵାର ମ୍ୟୁନିସିପାଲଟି ସମ୍ମୁଖରେ ହିନ୍ଦୁ ମହାସଭା ତରଫରୁ ବିକ୍ଷୋଭ ପ୍ରଦର୍ଶନ
ଗତ ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ହୋଇ ଥିବା ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ନୃଶଂସ ଆକ୍ରମଣ ହୋଇଥିଲା l
ଏହା ବିରୋଧ ରେ ଆଜି ଚୌଦ୍ୱାର ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଚୌଦ୍ୱାର ହିନ୍ଦୁ ମହାସଭା ତରଫରୁ ବିକ୍ଷୋଭ ପ୍ରଦର୍ଶନ ହେବା ସହିତ ଗଣଧାରଣା ଓ ଜିଲ୍ଲାପାଳଙ୍କ ଉଦେସ୍ୟ ରେ ସ୍ମାରକ ପତ୍ର ଦିଆଯିବା
ସହିତ ଯଦି ପ୍ରଶାସନ ଏହା ର ସ୍ଥାୟୀ ସମାଧାନ ନ କରାଯାଏ ପରବର୍ତ୍ତୀ ସମୟରେ ବିକ୍ଷୋଭ ପ୍ରଦର୍ଶନ ତୀବ୍ର ହେବ ବୋଲି ହିନ୍ଦୁ ମହାସେବା ନେତା
ପ୍ରକାଶ କରିଛନ୍ତି l ଏହି ବିକ୍ଷୋଭ ପ୍ରଦର୍ଶନରେ ଜ୍ଞାନ ରଞ୍ଜନ ସ୍ୱାଇଁ, ବୈରାଗୀ ପ୍ରଧାନ, ପ୍ରକାଶ ବଡ଼ଜେନା, ପ୍ରଶାନ୍ତ ହୋତା, ପ୍ରକାଶ ସାହୁ, ଧୀରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।