ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଜରି ପଞ୍ଚାୟତର ନାଉବାଙ୍କ ଠାରେ ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅଧିବାସ ଦ୍ଵିତୀୟ ଦିନରେ ଅଖଣ୍ଡ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ମହାସମାରୋହରେ ପାଳିତ ହୋଇଯାଇଛି।ଏହି ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ ଓ ସୁନ୍ଦର ଭାବାବେଗ ମାହୋଲ ସୁଷ୍ଟି ହୋଇଥାଏ। ଶ୍ରଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି।ଏହି ନାମ ଯଜ୍ଞରେ ଅତିଥି ମାନେ ଯୋଗ ଦେଇଥାନ୍ତି। ଏହି ତିନିଦିନ ରେ ସମଗ୍ର ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀର ମଲ୍ଲିକ ସାହିରେ ଠାକୁରଙ୍କ ଭଜ ନିତାଇ ଗୈର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ ହରେରାମ ପ୍ରତିଧ୍ୱନିରେ ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥାଏ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଅରକ୍ଷିତ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ସୁଶାନ୍ତ ମଲ୍ଲିକ,ଖୋକନ ମଲ୍ଲିକ, ବଳରାମ ମଲ୍ଲିକ, ଫକୀର ମଲ୍ଲିକ, ନବଘନ ମଲ୍ଲିକ,ସମ୍ବୁନାଥ ମଲ୍ଲିକ, ବିଚିତ୍ର ମଲ୍ଲିକ, ରାବେସୁ ମଲ୍ଲିକ ପ୍ରମୁଖ ଙ୍କ ସମେତ କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update