ବି କେ ବି ହାଇସ୍କୁଲ ରେ ପ୍ରବେଶ ଉତ୍ସବ*
*******************/********
ରାଜକନିକା ବ୍ଲକ ଅନ୍ତର୍ଗତ ବି କେ ବି ହାଇସ୍କୁଲ ପରିସରରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରବେଶ ଉତ୍ସବ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାହାସ ବିହାରୀ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇସାରିଛି। ପ୍ରାରମ୍ଭରେ ନବମ ଓ ଦଶମ ଶ୍ରେଣୀ ର ପିଲା ମାନଙ୍କ ଦ୍ଵାରା ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଫୁଲ ଚନ୍ଦନ ଓ ଅକ୍ଷତ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ବାଳ ଙ୍କ ଦ୍ୱାରା ଆଗନ୍ତୁକ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଲେଖନୀ ପ୍ରଦାନ କରାଯାଇଥିଲା। କନପୁର ହାଇସ୍କୁଲ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ସହ ଚରିତ୍ର ଗଠନ ଉପରେ ମନୋନିବେଶ କରି ବିଦ୍ୟାଳୟ ତଥା ପିତାମାତାଙ୍କ ଟେକ ରଖିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ଦିବାକର ଦାଶ ଓ ହୃଷୀକେଶ ସାହୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ସଞ୍ଜୟ କୁମାର ସାମଲ ଙ୍କ ସଞ୍ଜୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଭିମନ୍ୟୁ ବାରିକ, ପିତାମ୍ବର ରାଉତ, ଅନୁପ ପରିଡା ପ୍ରମୁଖ ସହଯୋଗ କରିଥିଲେ। ଦଶମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ନାୟକ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ସୁମନ୍ତ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ