ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 26ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 26ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର
ତା =18/4/23
ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁ ପ୍ରେମୀ ଙ୍କ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 26 ତମ ଶ୍ରଦ୍ଧାବାର୍ଷିକ ଉଛବ କରକେଇ ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ବିଶିଷ୍ଟ ସମାଜସେବୀ ସଂଜୀବ କୁମାର ବିଶ୍ୱାଳ ଙ୍କ ନେତୃତ୍ୱରେ ବାଲିକୁଦା ବ୍ଲକ ଛକ ଠାରୁ ହଜାର ହଜାର ବିଜୁ ପ୍ରେମୀ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି କରକେଇ ହାଟ ପଡିଆ ଠାରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ |
ବରିଷ୍ଠ ବିଜେଡି ନେତା ତଥା ଜ଼ିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ପ୍ରବୀଣ ରାଜନୀତିଜ୍ଞ ଡ଼କ୍ଟର ପ୍ରସନ୍ନ କୁମାର ପାଟଶାଣି | ମୁଖ୍ୟ ବକ୍ତା ଭାବେ ସମାଜସେବୀ ସଂଜୀବ କୁମାର ବିଶ୍ୱାଳ | ସଂମ୍ମାନିତ ଅତିଥିଭାବେ ବରିଷ୍ଟ ଆଇନୀଜୀବି ରବୀନ୍ଦ୍ର କୁମାର ସ୍ୱାଇଁ | ପୂର୍ବତନ ଏରସମା ବ୍ଲକ ଅଧକ୍ଷ୍ୟ ମାନସ କୁମାର ସେଠୀ | ଅଳାଭର ପଞ୍ଚାୟତ ସମିତି ସଭ୍ୟ ବରିଷ୍ଟ ବିଜେଡି ନେତା ହରିଶ ଚନ୍ଦ୍ର ଶତପଥୀ | ନବକିଶୋର ଜେନା | ରମେଶ ଚନ୍ଦ୍ର ପାଇଟାଳ | ପ୍ରମୁଖ ଯୋଗଦେଇ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ, ଜାତି ର ମାନ, ମହତ୍ୱ ଓ ଗୌରବ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This