ନବଗଠିତ ବିଂଝାରପୁର ସରପଞ ମଞର ସଭାପତି ନନ୍ଦକିଶୋର ମଲ୍ଲିକଙ୍କୁ ସମ୍ବର୍ଦ୍ଧନା
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ର ନବ ଗଠିତ ସରପଞ୍ଚ ମଞର ସଭାପତି ନନ୍ଦକିଶୋର ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ସେ ପୃର୍ବରୁ ଦୁଇ ଦୁଇ ଧର ସରପଞ୍ଚ ଜରି ପଞ୍ଚାୟତରେ ଥିଲେ।ସେ ଏକାଧାରରେ ଜଣେ ସମାଜସେବୀ ପରିବେଶବିତ୍ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ। ଲୋକମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ତାଙ୍କର ଆଗ୍ରହ ପ୍ରକାଶକୁ ଦେଖି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ବିଂଝାରପୁର ବ୍ଳକ ର ସରପଞ ମଞର ସଭାପତି ରୁପେ ମନୋନୀତ କରିଛନ୍ତି।ସେ ପ୍ରକାଶ କରିଛନ୍ତି ଯେ ସମସ୍ତଙ୍କୁ ନେଇ କାମ କରିବେ । ତାଙ୍କ ଉଦ୍ୟମରେ ବହୁ କେଶ , ଅଭିଯୋଗ ଥାନା,କୋର୍ଟ, କଚେରିକୁ ନ ପଠାଇ ନିଜସ୍ୱ ଦ୍ବାରା ଫ ଇସାଲା କରନ୍ତି ।ଏହି ଅବସରରେ ଯେଉଁ ମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ସେମାନେ ହେଲେ ପ୍ରସନ୍ନ ନାୟକ, ଉମେଶ ଚନ୍ଦ୍ର ଦାଶ, ପ୍ରଦ୍ୟୁମ୍ନ ପାତ୍ର, ସରୋଜ କୁମାର ସାହୁ, ସଂଧ୍ୟାରାଣୀ ପାତ୍ର, ଅରୁଣ ମଲିକ, ରଞ୍ଜନ ମଲ୍ଲୀକ, ମୁନା ମଲିକ,କୁଳମଣୀ ମଲ୍ଲୀକ, ରମାକାନ୍ତ ମଲ୍ଲୀକ, ଅଭିମନ୍ୟୁ ସାହୁ,ରମେଶ ସାହୁ, ପଦ୍ମଲୋଚନ ସାହୁ, ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନା ଜଣାଇଥିଲେ
। ନାୟବସରପଞ ଅନ୍ନପୂର୍ଣ୍ଣା ସାମଲ ଉପସ୍ଥିତ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ