ତୃତୀୟ ବାର୍ଷିକ ହନୁମାନ ଜୟନ୍ତୀ ପାଳନ
ବିଷୟ _____ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମେଦୁଆକୁଳ ଠାରେ ମା ପଦ୍ମାବତୀ ଭାଗବତ ପରିଷଦ ପକ୍ଷରୁ ମଣ୍ଡଳେଶ୍ଵରଙ୍କ ପ୍ରାଙ୍ଗଣରେ ସଙ୍କଟ ମୋଚନ ହନୁମାନଙ୍କର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନିକଟସ୍ଥ ଗ୍ରାମାଞ୍ଚଳର ସଂର୍କୀତନ ମଣ୍ଡଳୀ ଓ ଭାଗବତ ଟୁଙ୍ଗିର ପ୍ରମୁଖ ବ୍ୟକ୍ତି ମାନଙ୍କୁ ସମଦ୍ଧନା ଦିଆଯାଇଥିଲା।ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସରପଞ୍ଚ ଧିରେନ୍ଦ୍ର କୁମାର ଜେନା। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ସମିତି ସଭ୍ୟ ଧିରେନ୍ଦ୍ର ଦାସ, ପ୍ରାକ୍ତନ ସମିତିସଭ୍ୟ ପ୍ରମୋଦ କୁମାର ଦାସ,ମଣ୍ଡଳେଶ୍ଵର ମନ୍ଦିରର ପରିଚାଳନା କମିଟିର ସଭାପତି ବସନ୍ତ କୁମାର ଶାନ୍ତି, ପ୍ରମୁଖ ଯୋଗଦେଇ ଥିଲେ। ପ୍ରତାପ ଦାସଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।ଏବଂ କଟକରୁ ଆସିଥିବା କୈଳାସ ବାବୁ ପ୍ରବଚନ ପ୍ରଦାନ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ