ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ ।
କଟକ ଜିଲ୍ଲା ଚୌଦ୍ଵାର ମୁରାଦ୍ ଖାଁ ପାଟଣା, ଦୌଲତାବାଦ ସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କ ପୀଠସ୍ଥଳୀରେ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଗତକାଲି ଅଧିବାସ ପୂଜା ଆରମ୍ଭ ହୋଇ କଳସ ସ୍ଥାପନ, ଅଖଣ୍ଡ ସ୍ଥାପନ, ନବଗ୍ରହ ପୂଜା, ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା ଏବଂ ଭଜନ ସମାରୋହ ସହ ଅପରାହ୍ନ ରେ ପ୍ରସାଦ ସେବନ କରାଯାଇଥିଲା
ପୂଜକ ପଣ୍ଡିତ ବିଷ୍ଣୁ ଚରଣ ମହାପାତ୍ର, କର୍ତ୍ତା ବସନ୍ତ କୁମାର ଭୂୟାଁ ଓ ସ୍ୱଚିତ୍ରା ଲୋଙ୍କା, କର୍ମକର୍ତ୍ତା ରଞ୍ଜ କୁମାର ସାହୁ, ନରେନ୍ଦ୍ର ସ୍ବାଇଁ,ନିତ୍ୟାନନ୍ଦ ସ୍ୱାଇଁ, ଶୁକଦେବ ଭୂୟାଁ, ଗଗନ ବିହାରୀ ନାୟକ, ହରିହର ଭୂୟାଁ ଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।