ସରକାରୀ ଜାଗାରେ ଥିବା ମହିଳା ସମିତି ଗୃହ ଭାଙ୍ଗି ସରକାର ଅନଧିକାର ପ୍ରବେଶ ନିଷେଧ ବୋର୍ଡ ମାରିଲେ
ଭୁବନେଶ୍ୱର, ରାଜଧା ନୀର 35ନମ୍ବର ୱାର୍ଡରେ ଥିବା ମା ଭୁବନେଶ୍ୱରୀ ମହିଳା ସମିତି ଗୃହକୁ ବିଡିଏ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ସମ୍ପୂର୍ଣ ଭାବେ ଭାଙ୍ଗି ମାଟିରେ ମିଶାଇଦେଇଛି. ସରକାର ନିଜ ଅଧୀନକୁ ଏହି ଜାଗାଟିକୁ ନେଇ ସାଧାରଣ ପ୍ରଶାସନ ବିଭାଗ ଅନଧିକାର ପ୍ରବେଶ ନିଷେଧ ନୋଟିସ ବୋର୍ଡ ସର୍ବ ସାଧାରଣ ଅବଗତି ନିମନ୍ତେ ମାରିଛନ୍ତି. ବବିତା ଅଗ୍ରୱାଲ ନାମରେ ଜଣେ ମହିଳା ଏବଂ ତାଙ୍କ ପୁଅ ଆସି ସରକାରଙ୍କ ନୋଟିସ ବୋର୍ଡଙ୍କୁ ଉପାଡି ଫୋପାଡ଼ି ଦେଇଥିଲେ ଏହି ଜାଗାଟି ନିଜର ବୋଲି ଦାବି କରିବାବେଳେ ମା ଭୁବନେଶ୍ୱରୀ ମହିଳା ସମିତିର ମାମାନେ ଏକାଠି ହୋଇ ତୀବ୍ର ବିରୋଧ କରିଥିଲେ. ଏପରିକି ପୋଲିସ ଉପସ୍ଥିତିରେ ମହିଳାଙ୍କ ପୁତ୍ର ନୋଟିସ ବୋର୍ଡକୁ ଭାଙ୍ଗି ଥିଲେ.ଏହାକୁ ଦେଖି ଦୀର୍ଘ ସତର ବର୍ଷ ହେଲା ସେଠାରେ ଚାଲୁଥିବା ମା ଭୁବନେଶ୍ୱରୀ ମହିଳା ସମିତିର ସଦସ୍ୟା ମାନେ ଅସନ୍ତୋଷ ପ୍ରକାଶ କରି ସରକାରଙ୍କୁ ଜଣାଇବା ପାଇଁ ଏବଂ ଥାନାରେ ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡିଛି.