ଲୋ-ଭୋଲ୍ଟେଜ୍ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ
ଢେଙ୍କାନାଳ, ୧୯/୪: ସ୍ଥାନୀୟ ଜୁବୁଲି ଟାଉନ୍ ଅନ୍ତର୍ଗତ ସନ୍ ହସ୍ପିଟାଲ୍ର ପାର୍ଶ୍ଵବର୍ତୀ ଅଧିବାସୀମାନେ ଲୋ-ଭୋଲ୍ଟେଜ୍ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବାବାଦରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଯଜାତି କେଶରୀ ଦାସଙ୍କୁ ଭେଟି ଲୋଭୋଲ୍ଟେଜ୍ ସଂପର୍କରେ ଅବଗତ କରାଇଥିଲେ । ଏହାକୁ ନେଇ ସେ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସାହିବାସୀନ୍ଦା କହିଛନ୍ତି । ସାହିର ଗୋବିନ୍ଦ ଶତପଥୀ, ପଦ୍ମନାଭ ଲେଙ୍କା, ରବିନାରାୟଣ ଦାସ, ସଚ୍ଚିକାନ୍ତ ବିଶ୍ବାଳ ଓ ପ୍ରମୋଦ କୁମାର ବେହେରା ପ୍ରମୁଖ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟି ସମସ୍ୟାର ସମଧାନ ପାଇଁ ଦାବୀ କରିଛନ୍ତି ।