ଓଡିଶା ସାମ୍ବାଦିକ ସଂଘ ର ବାର୍ଷିକ ଉଛବ ଅନୁଷ୍ଠିତ
ଜଗତସିଂହପୁର
ତା =19/4/23
ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ସୁନାକର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ବକ୍ତା ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସଂମ୍ମାନିତ ଅତିଥିଭାବେ ପ୍ରଫେସର ସଂଗୀତା ରଥ, ବାବା ସତ୍ୟାନନ୍ଦ ଦାଶ ମହାରାଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ପ୍ରମୁଖ ଉପସ୍ଥିତ ରହି ଏହି ବାର୍ଷିକ ଉତ୍ସବ କୁ ଉଦଘାଟନ କରିବା ସହିତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଉଦବୋଧନ ଦେଇଥିଲେ । ସମାଜରେ ଉଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ