ପ୍ରମୁଖ ଶାସନ ସଚିବଙ୍କ ବଡ଼ବିଲ ଯୋଡାଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ
ପ୍ରମୁଖ ଶାସନ ସଚିବ ଙ୍କ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ପରିଦର୍ଶନ କରିଛନ୍ତି, ଏହି ପରିପ୍ରେକ୍ଷିରେ
ଯୋଡ଼ା ବ୍ଲକର ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ସମେତ ସହରାଞ୍ଚଳର ଜଳ ଯୋଗାଣ ପ୍ରକଳ୍ପ,ଯୋଡ଼ା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ସୀମା କିମ୍ବା ତଦୁର୍ଦ୍ଧ ଡିସେମ୍ବର ମାସ ଭିତରେ ସମସ୍ତ ଲୋକାଭିମୁଖୀ ସରକାରୀ ପ୍ରକଳ୍ପ ସାରିବାକୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ
ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସକାଳ ୬ଟା ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କାନପୁର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ବଡବିଲ ଠାରେ ଥିବା କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପାଇଁ ସଚିବ ସିଂହ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସିଂହ ତାଙ୍କ ପ୍ରତିକ୍ରୟାରେ କହିଛନ୍ତି ଯେ ବର୍ଷା ଦିନ ପୂର୍ବରୁ ଯୋଡ଼ା ସହର ଫ୍ଲାଏ ଓଭର ସର୍ଭିସ ରୋଡ କାମ ଶେଷ କରିବା । ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୀଘ୍ର ସରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାକୁ ମଧ୍ୟ ସମୀକ୍ଷା କରାଯାଉଛି। କାନପୁର ଡ୍ୟାମ ସମ୍ପର୍କରେ ସିଂହ କହିଥିଲେ ଯେ ଏହା ରାଜ୍ୟର ପ୍ରମୁଖ ନଦୀବନ୍ଧ ଯୋଜନା। ଯାହାକି ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ଏହାର ଉନ୍ନୟନ ଉପରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ତାପରେ ବଡ଼ବିଲ ପୌରପାଳିକା ଅନ୍ତର୍ଗତ କୁ ଗସ୍ତକରି ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ କମ୍ପାନୀ ମାନଙ୍କ ତଦାରଖ କରିଥିଲେ ଓ ବଡ଼ବିଲ ବାଣିଜ୍ୟକର କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ।
କେନ୍ଦୁଝର ଜିଲ୍ଲା ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ