ନିମିଧା ଗ୍ରାମପଂଚାୟତର ଏସ୍.ଏଚ୍.ଜି.କୁ କଂପାନୀର ଅସହଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ
ଢେଙ୍କାନାଳ, ୧୯/୪: ଓଡାପଡା ବ୍ଲକ୍ ଅନ୍ତର୍ଗତ ନିମିଧା ଗ୍ରାମପଂଚାୟତର ସୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଏମ୍.ଜି.ଏସ୍. କଂପାନୀ ଠାରୁ ଆର୍ଥିକ ଅନୁଦାନ ୨୦ ହଜାର ଟଙ୍କା ନପାଇବାରୁ ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ନିମିଧା ଗ୍ରାମପଂଚାୟତରେ ପ୍ରାୟ ୭୦ଟି ରୁ ଅଧିକ ଗ୍ରୁପ୍ ଥିବାବେଳେ ମାତ୍ର ୬ଟି ଗ୍ରୁପ୍କୁ କଂପାନୀ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି । ଏହି କାରଣରୁ ନିମିଧା ଗ୍ରାମପଂଚାୟତର ସୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କ ସମସ୍ତ କାଗଜପତ୍ରକୁ ପଂଚାୟତର ଅଙ୍ଗନଓ୍ବାଡି କର୍ମୀ ଓ ବ୍ଲକ୍ ସୁପରଭାଇଜର ନେଇ ଅନୁଦାନ ପାଇବା ପାଇଁ କହିଥିଲେ । କିନ୍ତୁ କେବଳ ପଂଚାୟତର ୬ଟି ଗ୍ରୁପ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାକୁ ନେଇ ନିର୍ମିଧା ଗ୍ରାମପଂଚାୟତର ସୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖୁତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ବେଳେ ରାଧାକୃଷ୍ଣ ସୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରୀନା ସାହୁ ଓ ସଂପାଦକ ମିତାଲି ବେହେରା, ମା’ ବୃନ୍ଦାବତୀ ସୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଦମୟନ୍ତୀ ବେହେରା ଓ ସଂପାଦିକା ଗୀତାଞ୍ଜଳି ବେହେରା, ଶକ୍ତି ରାଧାକୃଷ୍ଣ ସୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ବେହେରା ଓ ସଂପାଦିକା ନମିତା ବେହେରା, ମା’ ସମଲେଶ୍ବରୀ ସୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ଲିଜା ସିଂ ଓ ସମ୍ପାଦିକା କୁମାରୀ ସିଂ, ଜଗାକାଳିଆ ସୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସୁମିତ୍ରା ସାହୁ ଓ ସମ୍ପାଦିକା ପ୍ରଣତି ସାହୁ, ଶକ୍ତି ମା’ କେଶରୀଦେବୀ ସୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ସୁବାସିନୀ ସିଂହ ଓ ସମ୍ପାଦିକା ଅହଲ୍ୟା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।