ଓଭରଟେକ କରିବା ପଡିଲା ମହଙ୍ଗା
ଦୁଇ ବାଇକ୍ ପଛକୁ ପଛ ଧକ୍କା, ଅଳ୍ପକେ ବର୍ତ୍ତୀଗଲେ ତିନି ଜଣ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ରେ ଏକ୍ କୋଇଲା ଟ୍ରକ୍ କୁ ଓଭରଟେକ କରିବାକୁ ଯାଇ ଦୁଇ ବାଇକ ଦୁର୍ଘଟଣା ଘଟିଯାଇଛି । ସୂଚନା ମୁତାବକ ଏକ କୋଇଲା ଟ୍ରକ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ରୁ ଫେରୁଥିବା ବେଳେ ଦୁଇ ବାଇକ ଆରୋହି କଣ୍ଟାବଣିଆ ଆଡୁ ବଅଁରପାଳ ଅଭିମୁଖେ ଆସୁଥିଲେ ।ଟେଲକୋ ଛକ ପୂର୍ବରୁ ଦୁଇ ବାଇକ ଓଭର୍ ଟେକ୍ କରିବା ସମୟରେ ଉଭୟଙ୍କ ମଧ୍ୟରେ ଧକ୍କା ହେବା ଫଳରେ ଟ୍ରକ୍ ଚକା ପାଖକୁ ଛିଟିକି ପଡିଥିଲେ। ଟ୍ରକ୍ ଡ୍ରାଇଭର଼୍ ର ଉପସ୍ଥିତ ବୃଦ୍ଧିରୁ ଦୁଇ ବାଇକ୍ ସମେତ ଜଣେ ଆରୋହି ଜୀବନ ହାନି ରୁ ରକ୍ଷା ପାଇଯାଇଛନ୍ତି । ଘଟଣାସ୍ଥଳରେ କିଛି ସମୟ ଉତ୍ତେଜନା ବୃଦ୍ଧି ପାଇଥିଲା। ବାଇକ୍ ଆରୋହୀ ଉତେଜିତ୍ତ ଲୋକକୁ ବୁଝାଇବା ସହ ଟ୍ରକ୍ ଚାଳକ ନିର୍ଦୋଷ ସଜାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା