ହନୁମାନ ବଜାର ଠାରେ ଥିବା କଳ୍ପତରୁ ମିଠା ଦୋକାନ ରେ ଚଡାଉ
ଅନୁଗୋଳ ସହରରେ ଆଜି ୩ ଗୋଟି ଜାଗାରେ ଚଡାଉ କରାଯାଇଥିବା ସୂଚନା ମିଳିଛି। ସୂଚନା ଯେ, ଉପଜିଲ୍ଲାପାଳଙ୍କ ବାଇଦୁର ଦୀପ ଙ୍କ ନେତୃତ୍ଯରେ ରେ ଏକ ସବ ଡିଭିଜନାଲ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଅନୁଗୋଳ ସହରର ମୀରାନିଆ ପେଟ୍ରୋଲ ପମ୍ପ, କଳ୍ପତରୁ ମିଠା ଦୋକାନ, Angul ଆଣ୍ଡ ଭିଲେଜ ୧୯ ରେଷ୍ଟୁରାଣ୍ଟ ରେ ଚଢାଉ କରାଯାଇଥିଲା। ଚଢାଉ କରି କଳ୍ପତରୁ ମିଠା ଦୋକାନ ଏବଂ Angul ଆଣ୍ଡ ଭିଲେଜ ୧୯ ରେଷ୍ଟୁରାଣ୍ଟ କୁ ୨୦ ହାଜର ଫାଇନ କରାଯାଇଥିଲା । ଏହି ଚଢାଉ ରେ ଅନୁଗୋଳ ତହସିଲ୍ ଦାର୍ ସାଶ୍ୱତ ରଞ୍ଜନ ଦାସ, ଡେପୁଟି କଲେକ୍ଟର ସତ୍ୟାନନ୍ଦ ଦାସ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ, ଫୁଡ୍ ସେପ୍ଟି ଅଫିସର ହରପ୍ରିୟା ବେହେରା, ସପ୍ଲାଇ ଇନ୍ସପେକ୍ଟର, ଲିଗିଲ ମେଟ୍ରୋଲୋଜି ଅଫିସର, ଅନୁଗୋଳ ଟାଉନ୍ ଥାନା ଏବଂ ପୌରପାଳିକା ର କର୍ମଚାରୀ ମାନେ ସାମିଲ ହୋଇଥିଲେ।