ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି।
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ କୃଷ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍କୁତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସମାଜସେବୀ କୈଳାସ ସେଠୀ, ବ୍ଳକ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ବିଶ୍ବାଳ, ଶିକ୍ଷାବିତ ରବିନ୍ଦ୍ର କୁମାର ମହାନ୍ତି, ସରପଞ୍ଚ ଶଶାଙ୍କ ଶେଖର ଖିଲାର, ଭାଗ୍ୟବତୀ ଧଳ, ପ୍ରଦୀପ କୁମାର ଜେନା, କଳାକାର ପାତ୍ର, ନାରାୟଣ ଦାସ,ଭରତ ଚନ୍ଦ୍ର ନାୟକ,ଗୁରୁଚରଣ ସାହୁ, ପୁରୁଷୋତ୍ତମ ବେହେରା, ସରୋଜ କୁମାର ସାହୁ, ସମାଜସେବୀ କୈଳାସ ସେଠୀ, ପ୍ରମୁଖ ଯୋଗଦେଇ ପ୍ରକାଶ କରିଥିଲେ ଯେ କାଜଲ ଦଳାଇ ଜଣେ ଉଚ୍ଚ ଶିକ୍ଷିତା , ସମାଜସେବୀ, ପରିବେଶ ବିତ ,ପରୋପକାରୀ , ସଂସ୍କାର ବାଦି, ଶାନ୍ତ ସ୍ବାଭାପର ଭାବେ ସେ ପରିଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଅଳ୍ପ ବୟସରେ ସେ ଚାଲିଗଲେ ସିନା କିନ୍ତୁ ତାଙ୍କ ଉଦ୍ୟମରେ ବହୁ ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ ପରି ମଣିଷ ସେ ଗଢ଼ି ତୋଳିଥିଲେ । ଶିକ୍ଷାବିତ ରନ୍ତ୍ରାକର ସାହୁ ମଞ ପରିଚାଳନା କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ବାମୀ ଲକ୍ଷ୍ମୀଧର ବେହେରା , ପୁରୁଷୋତ୍ତମ ବେହେରା,ପୁଅ ପ୍ରସନ୍ନ କୁମାର ବେହେରା, ଝିଅ କରିସ୍ମା ବେହେରା ,ରଶ୍ମିରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ