ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ ଶେଷ

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ

କରି ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗର୍ଗ ତୁଷରା, ଗୁଡକେଲା, ପାଟଣାଗଡ ଇତ୍ୟାଦି ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ।

ଶ୍ରୀମତୀ ଗର୍ଗ ତୁଷରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୁଡକେଲା ରାଉଲ ନଦୀରେ ନିର୍ମାଣାଧୀନ ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ, ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ବଲାଙ୍ଗୀର ସର୍କିଟ୍ ହାଉସରେ ଅନୁଷ୍ଠିତ ବୈଠକରେ ଜଳସମ୍ପଦ ବିଭାଗର ବିଭିନ୍ନ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ।

Recent Post

Live Cricket Update