ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୯ ଘଟିକା ରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ। ସୂଚନା ଯେ, ଜିଲ୍ଲା କଂଗ୍ରେସ କମିଟି ର ସଭାପତି ବିପ୍ଳବ ଜେନା ଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜନ ବିରୋଧୀ ସରକାରଙ୍କର କବଳରୁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଅ ଦାବିରେ ଆଜି ଏହି ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ କରାଯାଇଥିଲା। ଏହି ବିକ୍ଷୋଭରେ ଏଆଇସିସି ସେକ୍ରେଟାରୀ ମହିଳା କଂଗ୍ରେସ ସସ୍ମିତା ବେହେରା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ଵାଳ, ଆଇଏନଟିୟୁସି ଜିଲ୍ଲା ସଭାପତି ଦିଗମ୍ବର ଗଡନାୟକ, ପିସିସି ସଭ୍ଯ ଜୟନ୍ତ କୁମାର ସାହୁ, ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ଵାଇଁ , ଟିକନ ବେହେରା, ଜିଲ୍ଲା ଏସି ସେଲ ସଭାପତି ନୀଳକଣ୍ଠ ନାଏକ, ରାକେଶ ମିଶ୍ର, ବଅଁରପାଳ ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ କୁମାର ସାହୁ, ଯୁବ ସମାଜସେବୀ ମହିମା ଜେନା ଙ୍କ ସମେତ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅନଗୁଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ ।

Recent Post

Live Cricket Update