ଯୋଡାପୋଲିସ କବଳରୁ ଚମ୍ପଟ୍ ମାରିଥିବା ଆସାମୀକୁ ଗିରଫକଲା ଯୋଡା ପୋଲିସ୍
: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅର୍ନ୍ତଗତରେ ଏକ ନାବାଳିକାକୁ ବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତ ଯୋଡାପୋଲିସ ହେପାଜତରୁ ଚମ୍ପଟ୍ ମାରିବା ପରେ ଅଭିଯୁକ୍ତକୁ ପୁଣି ଗିରଫ କଲା ଯୋଡ଼ା ପୋଲିସ । ସୂଚନା ଅନୁଯାୟୀ ଗତ ୧୨ ତାରିରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ପରିବାର ପକ୍ଷରୁ ଯୋଡା ଥାନାରେ ଅଭିଯୋଗ ହୋଇଥିଲା । ଗତ ଗୁରୁବାର ଦିନ ଯୋଡା ସହିଦ ନଗର ର ଅଭିଯୁକ୍ତ ସନ୍ଦୀପ ରାମ କୁ ଗିରଫ କରି ମେଡିକାଲ୍ ଟେଷ୍ଟ କରିବାକୁ ନେବା ବେଳେ ଅଭିଯୁକ୍ତ ପୋଲିସ ହେପାଜତରୁ କୌଣସି ପ୍ରକାରେ ଚମ୍ପଟ୍ ମାରିବାକୁ ସକ୍ଷମ ହୋଇଥିଲା । ତେବେ ଯୋଡାପୋଲିସ ଅଭିଯୁକ୍ତକୁ ପୁନର୍ବାର ଧରିବାରେ ସଫଳ ହୋଇଛି ଓ ପରେ ଅଭିଯୁକ୍ତକୁ ମେଡ଼ିକାଲ୍ ଟେଷ୍ଟ ପାଇଁ କମାରଯୋଡା ସରକାରୀ ଡାକ୍ତରଖାନାକୁ ନେଇଥିବା ଦେଖିବାକୁ ମିଳିଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।