ଅନଲାଇନରେ ମିଳୁଛି ବ୍ୟବହୃତ ମୋବାଇଲ

ଅନଲାଇନରେ ମିଳୁଛି ବ୍ୟବହୃତ ମୋବାଇଲ

ବଅଁରପାଳ: ଆଜିକାଲି ଅନଲାଇନ ରେ ଆବଶ୍ୟକୀୟ ଜିନିଷ ମଗାଇବା ବହୁଳ ଭାବରେ ଦେଖିବାକୁ ମିଳୁଛି l ବଜାର ଦର ଠାରୁ କିଛିଟା କମ କିମ୍ବା ଅଫର ସମୟରେ ଅଧିକ ଲାଭର ଆଶାରଖି ଗ୍ରାହକଙ୍କ ସଂଖ୍ୟା ବଢୁଛି l ଏଥିପାଇଁ ବିଭିନ୍ନ କମ୍ପାନୀ ନିଜ ନିଜର ସଂସ୍ଥା ଖୋଲି କର୍ମଚାରୀ ରଖି ଗ୍ରାହକଙ୍କ ଘର ଦୁଆର ମୁହଁରେ ମନୋନୀତ ଜିନିଷ ପହଞ୍ଚାଇ ଦେଉଛନ୍ତି l ସବୁ ସୁବିଧା କିନ୍ତୁ ତା ଭିତରେ କିଛି କିଛି ବ୍ୟବହୃତ ଜିନିଷ ଆସୁଥିବା ଅଭିଯୋଗ ହେଉଛି, ବିଶେଷ କରି ମୋବାଇଲ ସେଟ କ୍ଷେତ୍ରରେ l ବଅଁରପାଳ ଅଞ୍ଚଳରେ ଏହିପରି ବହୁତ ଗ୍ରାହକ ବିଶେଷକରି ଯୁବପିଢ଼ି ପୂର୍ବରୁ ବ୍ୟବହୃତ ମୋବାଇଲ ସେଟ ପାଇ ଠକାମୀର ଶିକାର ହୋଇଥିବା ଜଣାପଡିଛି l ମୋବାଇଲ ସେଟର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଓ ବର୍ଷେ ଗ୍ୟାରେଣ୍ଟି ଥିବାରୁ ସେମାନେ କମ୍ପାନୀର ସେବାକେନ୍ଦ୍ରରେ ଦେଖା କରିବାରୁ ସେସବୁ ବର୍ଷେ କିମ୍ବା ୨ ବର୍ଷ ତଳେ ବିକ୍ରି ହୋଇଥିବା ଜଣାପଡିଥିଲା l ଏ ବିଷୟରେ ସେମାନେ କମ୍ପାନୀ ସହ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ସଠିକ ଉତ୍ତର ପାଇନଥିଲେ l ଏହିପରି ଏକ ଘଟଣା ଘଟିଛି ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ରୁଦ୍ର ମୋହନ ସାହୁ ଙ୍କ କ୍ଷେତ୍ରରେ l ଶ୍ରୀ ସାହୁ ଗତ ବର୍ଷ ଡିସେମ୍ବର ମାସ ୧୧ ତାରିଖରେ ପ୍ଲିପକାର୍ଟ ସଂସ୍ଥା ମାର୍ଫତରେ ଏକ ୱାନପ୍ଲସ କମ୍ପାନୀର ୮ଟି ମଡେଲ ର ମୋବାଇଲ ସେଟ ମଗାଇଥିଲେ ଯାହାର ଅଡର ଆଇଡି ହେଉଛି OD426750513495940100 ଅଟେ l ତେବେ ମାତ୍ର ୪ ମାସର ବ୍ୟବହାର ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେ ଅନୁଗୋଳସ୍ଥିତ ମୋବାଇଲ କମ୍ପାନୀର ଗ୍ରାହକ ସେବାକେନ୍ଦ୍ରରେ ଅଭିଯୋଗ କରିଥିଲେ l ତେବେ କାଗଜପତ୍ର ଯାଞ୍ଚପରେ ଉକ୍ତ ମୋବାଇଲ ଗତ ୨୧ ମସିହା ଜାନୁଆରୀ ୭ ତାରିଖରେ ରେ ଆକ୍ଟିଭେସନ ହୋଇଥିବା ଜଣାପଡିଥିଲା l ଏ ବିଷୟରେ ଶ୍ରୀ ସାହୁ ପ୍ଲିପକାର୍ଟର କଷ୍ଟମ୍ବର କେୟାର ସହିତ ଅଧିକ ଅନୁସନ୍ଧାନ କରିଥିଲେ ମଧ୍ୟ ସବୁଆଡୁ ନିରାଶ ହୋଇଥିଲେ l

Recent Post

Live Cricket Update