ମିଶନଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ମନ୍ତ୍ରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି

ମିଶନଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ମନ୍ତ୍ରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ଠାରେ ଆଜି ମିଶନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ମନ୍ତ୍ରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପାନୀୟ ଜଳ, ମେଡିକାଲ,ଭର୍ତ୍ତା,ଫଳପୁର ଠାରେ ଥିବା ହାଇସ୍କୁଲକୁ ଫାଇପ ଟି ଅନ୍ତର୍ଭୁକ୍ତ କରାଯାଇଛି।ଚାଷି ମାନଙ୍କ ପାଇଁ ଯେଉଁ କେନାଲ ଅଛି ତାହାକୁ କେମିତି ଅଧିକ ଖୋଳାଯିବ ,ସେ ଦିଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ କଣ କଣ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଛି ବୋଲି କହିବାରୁ ସେମାନ ପ୍ରକାଶ କରିଥିଲେ ଯେ ସେମାନଙ୍କୁ ୫ ଲକ୍ଷ,୪ଲକ୍ଷ,ଅଡେଇ ଲକ୍ଷ,ଓ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ସରକାର ବିନା ସୁଧରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ରୋଜଗାର କରିବା,ଯଥା ଛେଳି, କୁକୁଡା,ଗାଇ,ମାଛ ଚାଷ ଓ ଗୁହାଳ ଘର ପ୍ରଦାନ କରାଯାଉ ଛି ବୋଲି ପ୍ରକାଶ କରିଥିଲେ। ଅଧିକରୁ ଅଧିକ କେମିତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ସ୍ବାଭିଲମ୍ବି ହୋଇପାରିବେ ସେ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା ଓ ଉଦ୍ୟମ ସର୍ବଦା ଜାରିରଖିଛନ୍ତି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉପସ୍ଥିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅନୁପମା ନାୟକ, ସମାଜସେବୀ କୈଳାସ ସେଠୀ, ସରପଞ୍ଚ ଙ୍କ ପ୍ରତିନିଧି ରଶ୍ମିରଞ୍ଜନ ନାୟକ, ସମିତି ସଭ୍ୟ କ୍ଷିରୋଦ ଚଂଦ୍ର ମଲ୍ଲିକ, ପ୍ରସନ୍ନ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡିର ସଭାପତି ନନ୍ଦକିଶୋର ସାମଲ, ମୁରଲୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This