ବଡ ଧାରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ବ୍ରହ୍ମପୁରର ଏମକେସିଜି
*ବାରମ୍ବାର ସିଲିଂ ଖସିବା ବାରମ୍ବାର ଅଗ୍ନିକାଣ୍ଡ ଘଟିବା, ଦାୟୁତ୍ୱ ରେ ଥିବା ହସ୍ପିଟାଲ କତୃପକ୍ଷଙ୍କ ଅବହେଳା ନୁହେଁତ?
ବ୍ରହ୍ମପୁର.ଏମକେସିଜି ହସ୍ପିଟାଲ ହେଉଛି ରାଜ୍ୟର ସରକାରୀ ହସ୍ପିଟାଲ ଗୁଡିକ ମଧ୍ୟରୁ
ଅନ୍ୟତମ. ଏହି ହସ୍ପିଟାଲ ଉପରେ ଦକ୍ଷିଣ
ଓଡିଶାର ଜନ ସାଧାରଣ ସମ୍ପୂର୍ଣ ରୂପେ ନିର୍ଭର
କରିଥାନ୍ତି. ବର୍ତମାନ ଏହି ଏମକେସିଜି ଉପର ରେ ଲୋକଙ୍କ ଅସ୍ଥା କମିବାର ଲାଗୁଛି. କାରଣ
ଏହି ଏମକେସିଜିରେ ବିଭିନ୍ନ ପ୍ରକାର ଦେଖିବା କୁ ମିଳୁଛି.କେତେ ବେଳେ ଡାକ୍ତର ଅଭାବ ତ
କେତେ ବେଳେ ସିଲିଂ ଖସିବା ଓ ଆଉ କେତେବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ.
ସେହିପରି ଆଜି ସୁପର ସ୍ପେସିଆଲିଷ୍ଟ ବିଲଡିଙ୍ଗ ରେ ଥିବା ପିଏମଏସଏସୟାଏ ବିଭାଗରପଛ ଭାଗରେ ଥିବା ଏସି କମ୍ପ୍ରେସରରେ ସର୍ଟ ସର୍କିଟ ଯୋଗୁ ଅଗ୍ନି କାଣ୍ଡ ଘଟିଥିଲା.ଖବର ପାଇଁ ଅଗ୍ନି ଶ୍ରମ ବିଭାଗର ଏକ ଟିମ ଘାଟଣସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ.ଯାହା ଫଳରେ ଏକ ଘଟଣା କୁ ଆୟତ କରା ଯଇଥିଲା.