ଆଶା ସିନେ ପ୍ୟାଲେସର ଗ୍ରାଣ୍ଡ ଓପନିଂ ସମାରୋହ ଅନୁଷ୍ଠିତ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ ଠାରେ ଆଜି ଆଶା ସିନେ ପ୍ୟାଲେସର ଗ୍ରାଣ୍ଡ ଶୁଭାରମ୍ଭ ହୋଇଛି। ବିଗତ ଦିନର ଆଶା ଟକିଜ୍ ତାର ନୂତନ କଳେବର କରି ଆଶା ସିନେ ପ୍ୟାଲେସର ଆଜି ଶୁଭ ଆରମ୍ଭ କରିଛି। ଆଶା ଫାଉଣ୍ଡେସନ ପ୍ରୋପ୍ରାଇଟର ପଙ୍କଜ ସାମଲ ଏହି ସିନେ ପ୍ୟାଲେସର ନବ କଳେବର କରିଛନ୍ତି। ଏହି ଶୁଭ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ରିବନ୍ କାଟି ସିନେ ପ୍ୟାଲେସର ଶୁଭ ଉଦଘାଟନ କରିଥିଲେ। ମେଗା ଚଳଚ୍ଚିତ୍ର ପ୍ରେକ୍ଷାଳୟ ପରି ଏଠାରେ ଉନ୍ନତ ମାନର ଟିଫିନ୍, cold drinks, ସ୍ନାକ୍ସ ସେଣ୍ଟର୍ ସହ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ବିଶେଷ ଭାବରେ ହଲ୍ ଟି ସମ୍ପୂର୍ଣ ଶୀତ ତାପ ନିୟନ୍ତ୍ରିତ କକ୍ଷ ରହିଛି। ଯାହା ଫଳରେ ଜଣେ ଦର୍ଶକ ସିନେମାର ମଜା ନେବା ସହ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ଶୀତ ତାପ ନିୟନ୍ତ୍ରିତ କକ୍ଷରେ ଗୋଟିଏ ତାରକା ହୋଟେଲର ଅନୁଭବ କରି ପାରିବ। ଏଥି ସହିତ ଗୋଟିଏ ସିଟରୁ ଅନ୍ୟ ଗୋଟିଏ ସିଟ ଲାଇନର ଦୂରତା ଏତେ ରହିଛି ଯେ ଜଣେ ଚାହିଁଲେ ମଧ୍ୟ ଅନ୍ୟ ଦର୍ଶକ ନିକଟରେ ଗୋଡ଼ ହାତ ଲଗେଇ ପାରିବ ନାହିଁ। ସମ୍ପୂର୍ଣ ରୂପେ ଆରାମ ଦାୟକ ଚଳଚ୍ଚିତ୍ର କକ୍ଷ ହୋଇଥିବା ବେଳେ laxury feel ଅନୁଭବ କରିବେ ଦର୍ଶକ। ଏଥି ପ୍ରତି ସିନେ ପ୍ୟାଲେସର ମାଲିକ ରୀତି ମତ ଧ୍ୟାନ ଦେଇଛନ୍ତି। ଉଦଘାଟନ ସମାରୋହରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନେ ଆଜି ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘କିସି କା ଭାଇ କିସୀ କି ଯାନ’ ଫିଲ୍ମ ଦେଖିଥିଲେ। ଏହି ଚଳଚ୍ଚିତ୍ରଟି ପ୍ରତ୍ୟେକ ଦିନ ପାଞ୍ଚଟି ସୋ’ ରେ ଚାଲିବ।