( ପ୍ରଜ୍ଞାପୁରୁଷ ସ୍ବର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ ଙ୍କ ଅଷ୍ଟମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )
ଜଗତସିଂହପୁର
ତା =21/4/23
ପ୍ରଜ୍ଞାପୁରୁଷ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଅଷ୍ଟମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ତରଡ଼ାପଡା ବୈଷୟିକ ତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି |ପରିଷଦ ର ସଭାପତି ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ତରଡ଼ାପଡା ବୈଷୟିକ ତାଲିମ କେନ୍ଦ୍ର ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର |ପ୍ରଶିକ୍ଷକ ଶ୍ୟାମ ପ୍ରସାଦ ସ୍ୱାଇଁ | ସମାଜସେବୀ ସୁବାଷ ମହାପାତ୍ର | ସୀତାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସରିସାରିବା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ସ୍ବର୍ଗତ ଜାନକୀ ବଲ୍ଲଭ ଏକଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ସୁ ସାହିତ୍ୟିକ, ସମାଜ ସଂସ୍କାରକ ବ୍ୟକ୍ତି ଥିଲେ | ତାଙ୍କ 14ବର୍ଷ ମୁଖ୍ୟମନ୍ତ୍ରୀ କାଳରେ ଓଡିଶା ର ସାମଗ୍ରିକ ବିକାଶ ହୋଇପାରିଥିଲା ବୋଲି ବକ୍ତା ମାନେ ଉଦବୋଧନ ଦେଇଥିଲେ | ଶେଷରେ ସୁଶ୍ରୀଅଞ୍ଜୁଷl ଧନ୍ୟବାଦ ଅର୍ପଣ କରିଥିଲେ |