ଢ଼େଙ୍କାନାଳରେ ଆପ୍ ର ସମୀକ୍ଷା ବୈଠକ

ଢ଼େଙ୍କାନାଳରେ ଆପ୍ ର ସମୀକ୍ଷା ବୈଠକ

ଢ଼େଙ୍କାନାଳ: ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ମାନଙ୍କର ଏକ ସମୀକ୍ଷା ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଚାରୋଟି ଯାକ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଏବଂ ଆଠଟି ବ୍ଲକ ସଭାପତି ମାନଙ୍କ ଠାରୁ ଶୁଣିଥିଲେ l ପରେ ଶ୍ରୀ ମହାପାତ୍ର ଦିଲ୍ଲୀର ବିଭିନ୍ନ ମଡେଲ କାର୍ଯ୍ୟକ୍ରମ ସମ୍ପର୍କରେ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ପ୍ରତ୍ୟେକ ବୁଥ୍ ସ୍ତରରେ ସଂଗଠନ ମଜବୁତ କରିବାପାଇଁ ଆହ୍ୱାନ ଦେଇଥିଲେ l ତାଛଡା ଆମ ଦଳର ନିର୍ଭିକ ଏବଂ ତନ ମନ ଧନ ଦେଇ କାର୍ଯ୍ୟ କରୁଥିବା ସମସ୍ତ କର୍ମୀମାନେ ହେଉଛନ୍ତି ଦଳର ରତ୍ନ ସଦୃଶ l ଆଜି ଯେଉଁ ସଦସ୍ୟ ମାନେ ଯୋଗ ଦେଇଛନ୍ତି ସେମାନେ ନିଜ ଖର୍ଚ୍ଚରେ ଦେଶ ମାତୃକାର ସେବା କରିବାପାଇଁ ଆଗେଇ ଆସିଛନ୍ତି l ଆସନ୍ତା ଏପ୍ରିଲ ୩0 ତାରିଖରେ ଭୁବନେଶ୍ୱର ଠାରେ ଆପ୍ ର ଜାତୀୟ ସଂଗଠନ ମହାମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀ ସନ୍ଦୀପ ପାଠକ ଓଡ଼ିଶା ଗସ୍ତରେ ଆସି ସମସ୍ତ ପଦାଧିକାରୀ ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଶିବିର ସମ୍ପର୍କରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା, ବିଭୁ ରଞ୍ଜନ ସାହୁ, ବିକ୍ରମ କୁମାର ରାଉତ, ଶରତ ଚନ୍ଦ୍ର ଗିରି, ରାଜକୁମାର ପ୍ରଧାନ, ମନୋରଞ୍ଜନ ପାଳ, ରଞ୍ଜନ ସାହୁ, ଶେଷଦେବ ବେହେରା, ପ୍ରକାଶ ଭୁତିଆ, ମଧୁସୂଦନ ମଳିକଙ୍କ ସହିତ ବହୁ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ରଞ୍ଜୁବାଳା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

Recent Post

Live Cricket Update

You May Like This