ଇଏସ୍ଆଇ ହସ୍ପିଟାଲ କୁ (ଏସ୍ ଏଣ୍ଡ ପି )ର ୧୦ ଜଣିଆ କମିଟି ମେମ୍ବର ଗ୍ରସ୍ତ
ଅନୁଗୋଳ ଜିଲ୍ଲା : ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ପଞ୍ଚାୟତ ଠାରେ ଗଢି ଉଠିଥିବା ଇ ଏସ୍ ଆଇ ହସ୍ପିଟାଲ କୁ ଆଜି ନାଲକୋ ଠିକା ମଜଦୁର ସଙ୍ଘ(ଏସ୍ ଏଣ୍ଡ ପି)ତରଫରୁ ସଭାପତିଙ୍କ ବିଭୁତି ଭୁଷଣ ମହାପାତ୍ର ଙ୍କ ନେତୃତ୍ୱରେ ୧୦ଜଣିଆ କମିଟି ମେମ୍ବର ବଳରାମପ୍ରସାଦ ଠାରେ ଥିବା ଇଏସ୍ଆଇ ହସ୍ପିଟାଲକୁ ଯାଇ ସେଠିକାର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ଉଦ୍ଘାଟନ ର ଦେଢବର୍ଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇନଡୋର ଟିଟମେଣ୍ଟ ନହୋଇବା ଓ ମୁଖ୍ୟ ଅସ୍ଥିଶଲ୍ୟ ବିଭାଗ,ଆଖି ନାସା,ଗଳା ଏବଂ ଶିଶୁ ବିଭାଗର ଡାକ୍ତର,ଅଲ୍ଟ୍ରାସାଉଣ୍ଡ, ଏକ୍ସରା ଓ ପାଥୋଲାବ ର ସୁବିଧା ନଥିବା ଏହା କିପରି ଭାବରେ ଶୀଘ୍ର ସମାଧାନ ହୋଇପାରିବ ତାହା ସମସ୍ତଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା ।ଏବଂ ଇଏସ୍ଆଇ ସହିତ ତିନୋଟି ହସ୍ପିଟାଲ ଟାଇଅପ ଥିଲାବେଳେ ଠିକରେ ଟିଟମେଣ୍ଟ ନକରିବା ଓ କିଛି ହଇରାଣ କରିବା ତାଙ୍କ ବିରୋଧରେ ଆଗାମିଦିନରେ ଆନ୍ଦୋଳନ କରାଯିବା ନେଇ ସଂଗଠନର କାର୍ଯ୍ୟକର୍ତା ଜଣାଇଛନ୍ତି । ବିଭୁତି ଭୁଷଣ ମହାପାତ୍ର ,ବାଇଧର ସାମଲ ,ଶ୍ରୀଧର ପାତ୍ର, ସୁଦୀପ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ,ସୁଶାନ୍ତ କୁମାର ପ୍ରଧାନ , ପ୍ରକାଶ ରାଉତ ,ଜସବନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।