ମୁସଲିମ ସମ୍ପ୍ରଦାୟର ପବିତ୍ରପର୍ବ ଇଦ୍ ହର୍ଷଉଲ୍ଲାସ ସହକାରେ ପାଳନ।
କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ତଥା ବଡ଼ବିଲ ପୌରାଞ୍ଚଳ ସ୍ଥିତ ରେ ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ ମାସର ଶେଷ ତିଥିରେ ଇଦ୍ ପାଳନ ହୋଇଯାଇଛି ଏହି ଅବସରରେ ବଡ଼ବିଲ ର ସମସ୍ତ ମସଜିଦ ମାନଙ୍କରେ ସମୂହ ନମାଜ ପାଠ କରିବା ସହ ପରସ୍ପର କୁ ଆଲିଙ୍ଗନ କରି ପବିତ୍ର ଇଦ୍ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ , ଏହି ପରିପ୍ରେକ୍ଷୀରେ ମୁସଲିମ ସମ୍ପ୍ରଦାୟର ସମସ୍ତ ଲୋକଙ୍କ ଘରର ସମସ୍ତ ସଦସ୍ୟ ମାନଙ୍କୁ ନୂଆ ବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ବଣ୍ଟନ କରିବା ସହିତ ପାଖ ପଡିଶା ଓ ବନ୍ଧୁଜନଙ୍କୁ ନିମନ୍ତ୍ରଣ କରି ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇବା ସହ ଏହି ଦିନକୁ ଅତି ହର୍ଷ ଉଲ୍ଲାସ ସହକାରେ ପାଳନ କରିଥାନ୍ତି। ପୂର୍ବ କଥା ଅନୁଯାୟୀ ୬୨୪ ମସିହା ଯୁଦ୍ଧରେ ମହମ୍ମଦ ପ୍ରୋପେଟ ଙ୍କ ବିଜୟ ପରେ ଏହି ପବିତ୍ର ମାସକୁ ପାଳନ କରିବା ସହ ଏକ ମାସ ଧରି ରୋଜା ରଖି ଦିନ ତମାମ ଓପାସ ରଖିଥାନ୍ତି ଓ ଏହି ଇଦ୍ ର ପୂର୍ଣ୍ଣ ଚନ୍ଦ୍ରକୁ ଦେଖି ନିଜର ରମଜାନ ମାସ କୁ ଶେଷ କରିଥାନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ।