ମୁଦୁପୁର ଠାରେ ଜ଼ିଲ୍ଲା ସ୍କାଉଟ ଓ ଗାଇଡି ସଂଗଠନ ପକ୍ଷରୁ ସେବା ଶିବିର ଅନୁଷ୍ଠିତ

(ମୁଦୁପୁର ଠାରେ ଜ଼ିଲ୍ଲା ସ୍କାଉଟ ଓ ଗାଇଡି ସଂଗଠନ ପକ୍ଷରୁ ସେବା ଶିବିର ଅନୁଷ୍ଠିତ )


ଜଗତସିଂହପୁର ତା =22/4/(ନି ପ୍ର )
ଜଗତସିଂହପୁର ବ୍ଲକ ମୁଦୁପୁର ଗ୍ରାମରେ ୩ ଦିନ ବ୍ୟାପି ନୂତନ ମନ୍ଦିର ପ୍ରତିଷ୍ଠା ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଉଥିବା ବେଳେ ଦ୍ୱିତୀୟ ଦିବସରେ ଜ଼ିଲ୍ଲା ସ୍କାଉଟ ଓ ଗାଇଡି ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଏବଂ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଙ୍କ ପରିଚାଳନା ରେ ଏକ ଦିବାସୀୟ ସେବା ଶିବିର ଓ ଜଳ ଛାତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଜ଼ିଲ୍ଲା ସ୍କାଉଟ ସଂଗଠନ କମିଶନର ପ୍ରତାପ ଚନ୍ଦ୍ର ରାଉତରାୟ |ଜ଼ିଲ୍ଲା ସ୍କାଉଟ ଟ୍ରେନିଂ କମିଶନର ହରେକୃଷ୍ଣ ଲେଙ୍କା ଙ୍କ ପ୍ରତେକ ତତ୍ଵାବଧାନ ରେ ବାର ଜଣ ସ୍କାଉଟ ପରିବେଶ ପରିଛନ୍ତତା ରକ୍ଷା କରିବା ସହ ଜଳ ଛତ୍ର କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ଭୁବନେଶ୍ୱର ହୋମିଓ ପାଥିକ କଲେଜ ପୂର୍ବତନ ଅଧକ୍ଷ୍ୟ ଡାକ୍ତର ଲକ୍ଷ୍ମୀ କାନ୍ତ ନନ୍ଦ ଏବଂ ସ୍ୱପଲି ଇନ୍ଦୁରେଖା ନନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜ଼ିଲ୍ଲା ସ୍କାଉଟ କମିଶନର ସୁବାଷ ଚନ୍ଦ୍ର ରାଉତ | ଉପଦେଷ୍ଟା ଶରତ ଚନ୍ଦ୍ର ବାରିକ | ମନ୍ଦିର ପରିଚାଳନା କମିଟି ସଦସ୍ୟ କ୍ଷେତ୍ର ମୋହନ ସ୍ୱାଇଁ | ନାରାୟଣ ନାୟକ | ପ୍ରଭାକର ବାରିକ | ଦୁର୍ଗା ଚରଣ ବାରିକ | ପୁର୍ଣ ଚନ୍ଦ୍ର ପଣ୍ଡା | ସତ୍ୟ ନାରାୟଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update