ଇଞ୍ଜେକସନ୍ ନେବା ପାଇଁ ରୋଗୀ ହନ୍ତସନ୍ତ

ଇଞ୍ଜେକସନ୍ ନେବା ପାଇଁ ରୋଗୀ ହନ୍ତସନ୍ତ


ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀକୁ ମିଳୁନାହିଁ ମୌଳିକ ସୁବିଧା,ଅସୁବିଧାର ସମ୍ମୁଖୀନ ହୋଇଥିବା ରୋଗୀ ଆଣିଲେ ଅଭିଯୋଗ। ସରକାରୀ ଡାକ୍ତରଖାନା ରେ ଇଞ୍ଜେକସନ୍ ନେବା ପାଇଁ କହିଲେ କିନ୍ତୁ ସରକାରୀ ଦରମା ପାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଇଞ୍ଜେକସନ୍ ଦେବାପାଇଁ ଇଛୁକ ନୁହଁନ୍ତି। ଏହାର କାରଣ କଣ। ମୁଖ୍ୟଚିକିତ୍ସାଳୟ ର ଡାକ୍ତର୍ କାଗଜର ମୂଲ୍ୟହୀନ ନା ସରକାର ରୋଗୀକୁ ସୁବିଧା ଯୋଗାଇବା କେନ୍ଦ୍ର ମାନ ଖୋଲି ପ୍ରହସନ କରୁଛନ୍ତି। ହଁ ଆଜ୍ଞା ଏପରି ଘଟଣା ଘଟିଛି ତଥା ରୋଗୀ ଅଭିଯୋଗ କରିଛନ୍ତି ବୁଢ଼ାପଙ୍କ ପଞ୍ଚାୟତ ର ନୂଆସାହି ବାସିନ୍ଦା ।ସୂଚନା ଅନୁଯାୟୀ ବୁଢ଼ାପଙ୍କ ପଞ୍ଚାୟତ ର ନୂଆସାହି ହରି ଗୁରୁ ଙ୍କ ପୁଅ ଦୁରାବସ ଗୁରୁ। ଦୁରା ଗତ ୧୫ ଏପ୍ରିଲ ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ମେଡିସିନ ବିଭାଗରେ ଡାଃ ଦୀପକ ଗଡ଼ନାୟକ ଙ୍କ ପାଖରେ ସ୍ୱାସ୍ଥ ପରୀକ୍ଷା କରାଇଥିଲେ । ଡାକ୍ତର ଦୀପକ ଗଡନାୟକ ୭ ଦିନ ପାଇଁ ଇଞ୍ଜେକସନ୍ ନେବା ପାଇଁ ଚିଠା ଲେଖିଥିଲେ। କିନ୍ତୁ ଗୋଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା HWS ରେ ଥିବା ବାବୁ ଇଞ୍ଜେକସନ ଦେବାକୁ ମନା କରି ଦେଇଥିଲେ। ଏଠାରେ କଥା ଉଠୁଛି ରୋଗୀ ର ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ମାନ ଖୋଲିଛନ୍ତି କିନ୍ତୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଲେଖା ଯାଇଥିବା ଇଞ୍ଜେକସନ୍ ନେବା ପାଇଁ ରୋଗୀକୁ ଏହି ଗ୍ରୀଷ୍ମ ପ୍ରଭାବ ରେ ୧୫ କିଲୋମିଟର କିପରି ଯିବ ବୋଲି ଅଭିଯୋଗ ଆଣିଛନ୍ତି ରୋଗୀ। ଯଦି ରୋଗୀ ସୁବିଧା ପାଇବେ ନାହିଁ ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଲାଭ କଣ। ଏ ବିଷୟରେ HWS ରେ ଥିବା ବସନ୍ତ ଦାସ ଙ୍କୁ ପଚାରିବାରୁ ତାଙ୍କ ପାଖକୁ ଏଭଳି କୌଣସି ରୋଗୀ ଆସିନାହାନ୍ତି ବୋଲି ସେ କହିଛନ୍ତି। ଏଠାରେ ରୋଗୀ ଅଧିକ ଥିବାବେଳେ ଶିଶୁ ଓ ବୃଦ୍ଧ ଲୋକଙ୍କୁ ଇଞ୍ଜେକସନ୍ ଦେବାପାଇଁ ମୁଁ ମନାକରେ, କାରଣ ଏଠାରେ ମୁଁ ଜଣେ କର୍ମଚାରୀ ରହିଛି, ବୋଲି HWS ରେ ଥିବା ବସନ୍ତ ଦାସ ପ୍ରକାସ କରିଛନ୍ତି।

Recent Post

Live Cricket Update

You May Like This