ଚୌଦ୍ୱାର ସାରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ପାଳିତ ।
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ସାରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ତେତିଶ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଇମ୍ଫା ର ଉପସଭାପତି ବିନୟ କୁମାର ଅଗ୍ରବାଲ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚୌଦ୍ୱାର କଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଙ୍କର ବୌଦ୍ଧିକ ବିକାଶ ଘଟିଲେ ରାଜ୍ୟ ତଥା ଦେଶ ର ବିକାଶ ହୋଇପାରିବ ବୋଲି ଆଲୋକପାତ କରିଥିଲେ l ଅନ୍ୟ ମାନଂକ ମଧ୍ୟରେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସଭାପତି ସ୍ୱପ୍ନା ନାୟକ, ସମ୍ପାଦକ ଶ୍ରୀଯୁକ୍ତ ଅମର ଚୌଧୁରୀ, ଚୌଦ୍ୱାର ପୌର ପାଳିକା ର ଅଧକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରେମଚାନ୍ଦ ନାୟକ, ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା ଏବଂ ଚୌଦ୍ୱାର ଅଂଚଳ ର ବହୁ ବୁଦ୍ଧିଯିବି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ବିଭିନ୍ନ ବିଭାଗ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରିବା ସହିତ ପରିଶେଷରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଂକ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।