ପାଣି ପମ୍ପ ହାଉସ ପରିଚାଳନା ତ୍ରୁଟି ଯୋଗୁଁ ଅସନ୍ତୋଷ।
ପାଟଣା – କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଠାରେ ଥିବା ଏକ ପାନୀୟ ଜଳପ୍ରକଳ୍ପ ପରିଚାଳନା ରେ ତ୍ରୁଟି ଯୋଗୁଁ ଗ୍ରାମ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମ ବାସୀ ଙ୍କ ସୂଚନା ଅନୁଯାୟୀ ସ୍ଥାୟୀ ଅପରେଟର ନ ଥିବାରୁ ଦୀର୍ଘ ଦିନରୁ ଟାଙ୍କି ସଫା ହୋଇ ପାରୁ ନଥିବାରୁ ଲୋକେ ଦୂଷିତ ପାଣି ପିଉଛନ୍ତି।ସୂଚନା ଯେ ଅପରେଟର ଭାବେ ନିଯୁକ୍ତି ପାଇଥିବା ଖଗେଶ୍ୱର ମହାନ୍ତ ଦୀର୍ଘ ୬ ମାସ ହେବପକ୍ଷ ଘାତ ରୋଗ ରେ ପୀଡିତ ହେବା ପରେ ପଂଚାୟତ କର୍ତ୍ତୃପକ୍ଷ ସ୍ଥାୟୀ ଅପରେଟର ନିଯୁକ୍ତି ଦେଇନାହାନ୍ତି। ଏନେଇ ବଡ଼ପାଟଣା ପଞ୍ଚାୟତ ପି ଇ ଓ ଅଶୋକ ମହାପାତ୍ର ଙ୍କୁ ପଚାରିବାରୁ ଅପରେଟର ଖଗେଶ୍ୱର ଙ୍କପାକ୍ଷାଘାତ ପରେ ଏପର୍ଯ୍ୟନ୍ତ ପାଣି ପମ୍ପ ହାଉସ ନୂତନ ଅପରେଟର ଖୁବ ଶୀଘ୍ର ଦିଆ ହୋଇ ନାହିଁ
ଗ୍ରାମବାସୀମାନେ ଏନେଇ ଅଭିଯୋଗ କରିଛନ୍ତି ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍