(ଲାଲ କାର୍ଯ୍ୟଳୟ ପରିସରରେ ମୋ ଭ୍ୟାନିଟି,ମୋ ଦୋକାନ କାର୍ଯ୍ୟକ୍ରମ ଅନୁଷ୍ଠିତ)
ଜଗତସିଂହପୁର
ତା =23/4/23
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗ୍ରାମସ୍ଥିତ ଲାଲ କାର୍ଯ୍ୟଳୟ ପରିସରରେ ମୋ ଭ୍ୟାନୀଟି , ମୋ ଦୋକାନ କାର୍ଯ୍ୟକ୍ରମର ଶୁଭଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବକୁ ଆଗ୍ରୋକ୍ଷେତ୍ର ମାର୍କେଟ ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ରଞ୍ଜନ ରାଉତ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ଆଗ୍ରୋ କ୍ଷେତ୍ର ମାର୍କେଟ ପ୍ରାଇଭେଟ ଲିମିଟେଡ଼ର ଉପଦେଷ୍ଟା ଅଶୋକ ଅଗ୍ରୱାଲ ଯୋଗଦେଇ ନୂତନଭାବେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏବଂ ମୋ ଭ୍ୟାନିଟି,ମୋ ଦୋକାନ ମାଧ୍ୟମରେ ଆଗ୍ରୋ ଦ୍ୱାରା ନିର୍ମିତ ବିଭିନ୍ନ ମସଲା ,ସିଡସ ଉପ୍ତାଦର ବ୍ୟବସାୟ ଦ୍ୱାରା ଚାଷୀମାନେ ବ୍ୟବସାୟ କରି ଲାଭବାନ ହୋଇପାରିବେ ବୋଲି କହିଥିଲେ । ଅନୁଷ୍ଠିତ ଏହି ଉତ୍ସବରେ ସମ୍ନାନିତ ଅତିଥିଭାବେ ଆଗ୍ରୋର ନିର୍ଦେଶକ ଗୁରୁ ପ୍ରସାଦ ତ୍ରିପାଠୀ,ଲାଲ ଉପଦେଷ୍ଟା ରମେଶ ଚନ୍ଦ୍ର ଦାସ , କାବେରି ସିଡସ୍ କମ୍ପାନୀ ଓଡିଶା ମୁଖ୍ୟ ଅଶୋକ ମହାପାତ୍ର , ଦିଲ୍ଲୀପ ଦାସ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ କୃଷକମାନଙ୍କର ଚାଷ କ୍ଷେତ୍ରରେ ସମସ୍ୟା ଓ ନୂତନ ଉନ୍ନତମାନର ବିହନ ଉପଯୋଗ କରି ଅଧିକ ଶସ୍ୟ ଉପ୍ତାଦନ କରିବାବ କ୍ଷେତ୍ରରେ ବିଭିନ୍ନ ପ୍ରଣାଳୀ ଓ କୌଶଳ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲାଲ ଅନୁଷ୍ଠାନର ସମ୍ପାଦକ କ୍ଷେତ୍ରମୋହନ ବେହେରା ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ ଚାଷୀମାନେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ