ଜ଼ିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ

(ଜ଼ିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ପାଳିତ )

ଜଗତସିଂହପୁର
ତା =23/4/23
ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜ଼ିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ଜ଼ିଲ୍ଲାସଂସ୍କୃତି ପରିଷଦ ପକ୍ଷରୁ ମହାସମାରୋହ ରେ ପାଳିତ ହୋଇଯାଇଛି | ଅଧ୍ୟାପକ ଗୋପାଳ କୃଷ୍ଣ ମିଶ୍ର ଙ୍କ ସଂଯୋଜନାରେ ଜ଼ିଲ୍ଲା ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରଦୀପ ପ୍ରଯ୍ୟଳନ କରି କବି ଜୟଦେବ ଜୟନ୍ତୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ସୁସାହିତିକ ମହେନ୍ଦ୍ରକୁମାର ଆଚାର୍ଯ୍ୟ | ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୀତିଗୋବିନ୍ଦ ର ସ୍ରଷ୍ଟା ଜୟଦେବଙ୍କ ଐଶ୍ଵରିକ ଭକ୍ତି ଉପରେ ଆଲୋକପାତ କରିଥିଲେ | ଏହି ଉପଲକ୍ଷେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜ଼ିଲ୍ଲା ଅବକାରୀ ଅଧିକ୍ଷକ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଏ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update