ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି ସମାରୋହ -୨୦୨୩ ପାଳନ ହୋଇଯାଇଛି।
କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଅବସ୍ଥିତ ଦରବାର ହଲ୍ରେ ମିଳନୀ ସାହିତ୍ୟ ସଂସଦ କେନ୍ଦୁଝର ସହଯୋଗରେ ଓ ଜିଲା ପ୍ରଶାଶନ ଦ୍ବାରା ଜିଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି ସମାରୋହ ୨୦୨୩ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶୁଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସଞ୍ଜିବ୍ ବାରିକ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ଅତିରିକ୍ତ ଜିଲ୍ଲାପାଳ ଶୁଷମା ବିଲୁଙ୍ଗ୍ ଯୋଗ ଦେଇଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ , ସାଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ, ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଶ୍ ଚକ୍ରବବର୍ତ୍ତି ଓ ମୂକ୍ଷ ବକ୍ତା ପଣ୍ଡିତ ରଙ୍ଗାଧର ବେହେରା ଉପସ୍ଥିତ ରହି ଶ୍ରୀ ଜୟଦେବ ଙ୍କର ସ୍ମୃତିଚାରଣ କରିବା ସହ ଶ୍ରୀ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଓ ଦଶ ଅବତାର ଜଗନ୍ନାଥ ସଂସ୍କୃତି ସହ କିପରି ଭାବରେ ଜଡ଼ିତ ସେ ବିଷୟରେ ମୂକ୍ଷବକ୍ତା ପଣ୍ଡିତ ରଙ୍ଗାଧର ବେହେରା ବିଷଦ ଭାବରେ ଆଲୋଚନା କରିଥିଲେ । ଶେଷରେ ସଂସ୍କୃତି ବିଭାଗ ଅଧିକାରୀ ମନସ୍ଵୀନୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଜିଲ୍ଲାର ଦୂର ଦୁରାନ୍ତ ତଥା କୋଣ ଅନୁକୋଣରୁ ଆସିଥିବା କବି ମାନଙ୍କ ଦ୍ଵାରା କବିତା ପାଠ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ