ଅଲେଖ ମହିମା ଧ୍ବନିରେ ଗୋବିନ୍ଦପୁର ଗ୍ରାମ ପ୍ରକମ୍ପିତ

ଅଲେଖ ମହିମା ଧ୍ବନିରେ ଗୋବିନ୍ଦପୁର ଗ୍ରାମ ପ୍ରକମ୍ପିତ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ ମହିମା ଅଲେଖ ମଠରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶରେ ଗ୍ରାମବାସୀଙ୍କ ଦ୍ବାରା ଏକ ଅଲେଖ ଧ୍ୱନି ପ୍ରଜ୍ଜଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ବହୁ ଲୋକମାନଙ୍କର ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିରେ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ସେଠୀ,ପୃର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସରପଞ୍ଚ ପ୍ରିତିକ୍ରୀଷ୍ଣା ଜେନା , ସମାଜସେବୀ ସୁରେନ୍ଦ୍ର ବେହେରା, ବିନୟ କୁମାର ନାଥ ବଳରାମ ନାଥ , ରଞ୍ଜନ କୁମାର ମଲ୍ଲିକଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ମହିମା ଅଲେଖ ମଠରେ ଉଜ୍ଜାଗର କରିଥିଲେ। ଯୋରନ୍ଦା ଓ ଆଖପାଖ ଗ୍ରାମରୁ ମହିମା ଧାରି ମାନେ ଆସିଥିଲେ। ସଂଧ୍ୟାରେ ସେମାନଙ୍କ ପକ୍ଷରୁ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This