ମୁଁ ଏବେ ନିର୍ଦ୍ଦଳୀୟ, ନିମନ୍ତ୍ରଣ ରକ୍ଷା କରି ଆସିଛି 

ମୁଁ ଏବେ ନିର୍ଦ୍ଦଳୀୟ, ନିମନ୍ତ୍ରଣ ରକ୍ଷା କରି ଆସିଛି 

ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ତଥାଗତ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ ।
ସେବେଠୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ ହେଉ ନଥିଲେ ସେ । ଆଜି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଉଦଘାଟନୀ ଅବସରରେ ସେ ଯୋଗ ଦେଇଥିଲେ ।ଏହି ଅବସରରେ ସାମ୍ବାଦକଙ୍କ ପ୍ରଶ୍ନର ଉତ୍ତରରେ ତଥାଗତ କହିଛନ୍ତି, ‘ସେ ନିର୍ବାଚନ ଲଢ଼ିବାକୁ ଇଛୁକ ନାହାନ୍ତି । ଶଙ୍ଖ ଭବନର ଉଦଘାଟନୀ ଉତ୍ସବକୁ ଦଳର ସଭାପତି ନବୀନ ପଟ୍ଟନାୟକ ଡାକିଥିଲେ ସେ ଆସଛନ୍ତି ।’
ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ଆହୁରି କହିଛନ୍ତି, ମୁଁ ଏବେ ନିର୍ଦ୍ଦଳୀୟ । ବିଜେଡିରେ ନାହିଁ, ଏଠାକୁ ଜଣେ ସାମ୍ବାଦିକ ହିସାବରେ ଆସିଛି । ମୋତେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ, ନିମନ୍ତ୍ରଣ ରକ୍ଷା କରି ଆସିଛି । ନିର୍ବାଚନ ରାଜନୀତିକୁ ଫେରିବାର ନାହିଁ ବୋଲି ତଥାଗତ ଶତପଥୀ ।

Recent Post

Live Cricket Update