କେନ୍ଦୁଝର ଜିଲ୍ଲା ଯୋଡା ଠାରେ ୱାର୍ଡମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର ଜିଲ୍ଲା ଯୋଡା ଠାରେ ୱାର୍ଡମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଥାନା ଅନ୍ତର୍ଗତ ଯୋଡା ପୌରପାଳିକା ର ତିନି ନମ୍ବର ୱାର୍ଡ ମେମ୍ବର ଙ୍କୁ ମରଣାନ୍ତକ ଆକ୍ରମଣ କରି ଲୋହୁଲୁହାଣ କଲେ କିଛି ଯୁବକ। ସୂଚନା ଅନୁଯାୟୀ ଯୋଡା ଥାନା ଅନ୍ତର୍ଗତ ତିନି ନମ୍ବର ୱାର୍ଡ ହୁଡି ସାହି ଠାରେ କିଛି ସ୍ଥାନୀୟ ଯୁବକ ତିନି ନମ୍ବର ୱାର୍ଡମେମ୍ବର ରଶ୍ମିତା ପାଣିଗ୍ରାହୀ ଓ ତାଙ୍କ ସ୍ଵାମୀଙ୍କୁ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରି ଲୋହୁଲୁହାଣ କରିଛନ୍ତି, ୱାର୍ଡମେମ୍ବର ରଶ୍ମିତା ପାଣିଗ୍ରାହୀ ସ୍ଥାନୀୟ ଯୁବକ ମାନଙ୍କ ଆକ୍ରମଣରେ ଗୁରୁତର ହେବାରୁ ତାଙ୍କୁ ଯୋଡା ସ୍ଥିତ ଟିଷ୍କୋ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି , ଘଟଣା ସ୍ଥଳରେ ଯୋଡା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି, ରଶ୍ମିତା ପାଣିଗ୍ରାହୀଙ୍କ ସ୍ବାମୀଙ୍କ କହିବା କଥା ଯେଉଁଠି ଜଣେ ଲୋକ ପ୍ରତିନିଧି ସୁରକ୍ଷିତ ନୁହନ୍ତି, ସାଧାରଣ ଲୋକଙ୍କ ଜୀବନ କଥା କିଏବା ପଚାରେ, ଆହୁରି ମଧ୍ଯ ସେ କହିଛନ୍ତି ଯେ ସେ ଆକ୍ରମଣ କାରୀଙ୍କୁ ଭଲ ଭାବେ ଜାଣିଛନ୍ତି, ସେମାନେ ମଧ୍ୟ ସେହି ଅଞ୍ଚଳର ବାସିନ୍ଦା ଏବଂ ଆକ୍ରମଣ କାରୀଙ୍କ ସହ ତାଙ୍କର କୌଣସି ପ୍ରକାର ବ୍ୟକ୍ତିଗତ ଶତ୍ରୁତା ନାହିଁ,ଆକ୍ରମଣ କାରୀ ପୂର୍ବରୁ ସୁକଳ୍ପିତ ଯୋଜନା ଅନୁସାରେ ଉଭୟ ୱାର୍ଡମେମ୍ବର ଦମ୍ପତିଙ୍କୁ ମାରିବାକୁ ଆକ୍ରମଣ କରିଥିଲେ, ଏହି ମରଣାନ୍ତକ ଆକ୍ରମଣ ଅନ୍ୟ କାହାରି ଇଙ୍ଗିତରେ ହୋଇପାରେ ବୋଲି ଅନୁମାନ କରାଯାଏ, ଦେଖାଯାଉ ଏହି ଘଟଣାକୁ ନେଇ ଯୋଡା ପୋଲିସ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ଓ ଜଣେ ଜନପ୍ରତିନିଧି ଙ୍କୁ କିଭଳି ନ୍ୟାୟ ପ୍ରଦାନ କରୁଛି ଯୋଡା ପୋଲିସ ତାହା ଦେଖିବାକୁ ବାକି ରହିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update