ରାଜ୍ୟ ବିଜେଡି ସରକାର ଓବିସି ବିରୋଧୀ – ବିଜେପି ଓବିସି ମୋର୍ଚ୍ଚା
ଅନୁଗୋଳ – ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଗାଁ ଗାଁ ଚାଲ ଘର ଘର ଚାଲ ନାରା ଦେଇ ଆଜି ଅନୁଗୋଳ ଜିଲ୍ଲା ବନ୍ତଳା ଛକ ଠାରୁ ଏକ ବିଶାଳ ରାଲି କରି ଗ୍ରାମ ଗ୍ରାମ ବୁଲି ପରିକ୍ରମା କରିଥିଲେ । ସୂଚନା ମୁତାବକ ରାଲି କରିଥିବା ଓବିସୀ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ – ରାଜ୍ୟ ସରକାର ଓବିସି ବିରୋଧୀ ,ଓବିସି ବର୍ଗଙ୍କ ସ୍ୱାର୍ଥ ରକ୍ଷା ଓ ସାମ୍ବଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ପ୍ରଥମ କରି ଜାତୀୟ ସ୍ତରରେ ଓବିସି କମିଶନ ଗଠନ କଲେ । ତଦନୁସାରେ ପ୍ରତି ରାଜ୍ୟ ସରକାରମାନେ ଓବିସି କମିଶନରଙ୍କୁ ନିଯୁକ୍ତି ଦେବାରେ ବ୍ୟବସ୍ଥା ରହିଥିବା ବେଳେ ରାଜ୍ୟ ସରକାର ତାହା କରିନାହାନ୍ତି ବୋଲି ରାଜ୍ୟ ଓବିସି ସଭାପତି କହିଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କହିଛନ୍ତି ଯେ ମୋଦିଜିଙ୍କ ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗଙ୍କୁ ରେକର୍ଡ ସଂଖ୍ୟକ ୨୭ ଜଣ ସାଂସଦଙ୍କୁ ପ୍ରତିନିଧିତ୍ୱ ମଳିଛି ,ଓବିସି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଶକ୍ତି କରଣ ପାଇଁ ସ୍ବତନ୍ତ୍ର ୠଣ ଓ ସବସିଡ୍ ବ୍ୟବସ୍ଥା ରହିଛି କହି ସଚେତନତା କରିଥିଲେ । ଓବିସି ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ଶିକ୍ଷାନୁଷ୍ଠାନ ଯଥା ,ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷା ଓ ବୈଷୟିକ ଶିକ୍ଷାରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ରାଜ୍ୟ ସରକାର ତାହାକୁ ଗୁରୁତ୍ୱ ଦେଉନଥିବା ମଧ୍ୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ,ପୂର୍ବତନ ସାସଂଦ ରୁଦ୍ର ନାରାୟଣ ପାଣି ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଦିଲୀପ ପ୍ରଧାନ ପ୍ରମୁଖ ବନ୍ତଳା ଛକ ଠାରୁ ଏକ ବିଶାଳ ରାଲି କରି ବନ୍ତଳା ଗ୍ରାମ ବୁଲି ରାଜ୍ୟ ବିଜେଡି ସରକାରଙ୍କ ଓବିସି ବିରୋଧୀ ବୋଲି ଲୋକ ମାନଙ୍କୁ କହି ସଚେତନ କରିଥିଲେ ।