ଉପନ୍ୟାସ ଉଁଆସୀ ଜହ୍ନର ଲୋକାର୍ପିତ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ଆଳି ବ୍ଳକ ଅନ୍ତର୍ଗତ ନମୈଜା ନିଗମାନନ୍ଦ ସାରସ୍ବତ ଆଶ୍ରମ ପରିସରରେ ବିଶିଷ୍ଟ ଔପନ୍ୟାସିକ ଶରତ କୁମାର ତ୍ରିପାଠୀଙ୍କ ରଚିତ ଉପନ୍ୟାସ ଉଁଆସୀ ଜହ୍ନର ଲୋକାର୍ପିତ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଏବଂ ଆଳି ଇତିହାସର ରଚୟିତା, ଔପନ୍ୟାସିକ ଓ ବିଶିଷ୍ଟ କର୍ମକାଣ୍ଡବିତ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପଣ୍ଡିତ ବଟକୃଷ୍ଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ଅଜୟ କୁମାର ଓଝା, ମୁଖ୍ୟ ବକ୍ତା ଭାବେ କବି ତଥା ସାହିତ୍ୟିକ ପ୍ରମୋଦ ମଲ୍ଲିକ ପ୍ରମୁଖ ଯୋଗଦେଇ ଉପନ୍ୟାସ ଉଁଆସୀ ଜହ୍ନ ସାହିତ୍ୟ ବିଭାଗର ଅନ୍ୟତମ ବଳିଷ୍ଠ ଅଂଶ ଅଟେ ।ଗଭୀର ଅଧ୍ୟାୟନ ଓ ଅନୁଶୀଳନ ବିନା ଜଣେ ଉପନ୍ୟାସ ରଚନା କରିବା କଷ୍ଟସାଧ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାକ୍ତନ ପ୍ରବନ୍ଧକ ଅଲେଖ ଚନ୍ଦ୍ର ଦାସ ଉପନ୍ୟାସ ଉଁଆସୀ ଜହ୍ନର ସମୀକ୍ଷା କରିଥିଲେ।କବି ସରୋଜ ମଲ୍ଲିକ,ରଶ୍ମିତା ସେନାପତି, ଅକ୍ଷୟ ପଣ୍ଡାଙ୍କ ସଂଯୋଜନାରେ ସାମାଜିକ ଚେତନାରେ ସାହିତ୍ୟ ଶୀର୍ଷକ କବିତା ପାଠ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଳାଦ୍ରୀ ଭୁଷଣ ମହାପାତ୍ର, ଧରଣୀଧର ପାତ୍ର, ସଞ୍ଜୟ କୁମାର ସାମଲ ଏବଂ ସୁଶାନ୍ତ କୁମାର ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ସମସ୍ତ କବିଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀ ବରାହ ସାଂସ୍କୃତିକ ମଞ ଦ୍ବାରା ଆହୋଜିତ କାର୍ଯ୍ୟକ୍ରମକୁ ସମ୍ପାଦକ ଧନେଶ୍ୱର ରାଉତ ସଂଯୋଜନା କରିଥିଲେ।ଶରତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ